ଭାରତରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ : ଗତ ୨୪ ଘଂଟାରେ ୧୨ହଜାର ୮୮୧ ପଜିଟିଭ ଚିହ୍ନଟ, ୩୩୪ ମୃତ; ଦେଶରେ ୩ଲକ୍ଷ ୬୬ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

623

କନକ ବ୍ୟୁରୋ : ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ୧୨ ହଜାର ୮୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ , ୩୩୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୭ହଜାର ପାଖାପାଖି ପହଂଚିଛି । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୯୪ ହଜାର ୩୨୫ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ବର୍ତମାନ ଆକ୍ଟିଭ କେସ ରହିଛି ୧ଲକ୍ଷ ୬୦ ହଜାର ୩୮୪ । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଂଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୦ ଜଣ, ଆସାମରେ ୮ ଜଣ, ବିହାରରେ ୪୪ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୦ ଜଣ, ଦିଲ୍ଲୀରେ ୧୯୦୪ ଜଣ, ଗୁଜରାଟରେ ୧୫୬୦ ଜଣ, ହରିୟାଣାରେ ୧୩୦ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୬୫ ଜଣ, ଝାଡ଼ଖଣ୍ଡରେ ୧୦ ଜଣ, କର୍ଣ୍ଣାଟକରେ ୧୦୨ ଜଣ, କେରଳରେ ୨୦ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୮୨ ଜଣ, ମହାରାଷ୍ଟ୍ରରେ ୫୬୫୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୭ ଜଣ, ପଞ୍ଜାବରେ ୭୮ ଜଣ, ରାଜସ୍ଥାନରେ ୩୧୩ ଜଣ, ତାମିଲନାଡୁରେ ୫୭୬ ଜଣ, ତେଲେଙ୍ଗାନାରେ ୧୯୨ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୫ ଜଣ, ଉତ୍ତରପ୍ରଦେଶରେ ୪୧୭ ଜଣ ଏବଂ ପଶ୍ଚମବଙ୍ଗରେ ୪୯୫ ଜଣ ।