କନକ ବ୍ୟୁରୋ: କନକ ନ୍ୟୁଜରେ ପ୍ରସାରଣ ହୋଇଥିବା ଖବର ରଙ୍ଗମିସ୍ତ୍ରୀଙ୍କ ଜୀବନରେ ରଙ୍ଗ ଭରିଛି । ନବରଙ୍ଗପୁର ଉମରକୋଟର ରଂଜନଙ୍କୁ ଆଲବମରେ ଗୀତ ଗାଇବାର ସୁଯୋଗ ଦେଇଛି । ସଂଗୀତ ସାଧନା କରି ରଙ୍ଗମିସ୍ତ୍ରୀରୁ କଣ୍ଠଶିଳ୍ପୀ ହେବା ପାଇଁ ଆଶା ସଂଚାର କରିଛି । କୁମାର ସାନୁଙ୍କ ଅନ୍ଦାଜରେ ଗୀତ ଗାଇ ଘର ରଙ୍ଗ କରୁଥିବା ରଂଜନ ଷ୍ଟୁଡିଓରେ ଆଦିବାସୀ ଭାଷାରେ ଗୀତ ଗାଇଛନ୍ତି । ତାଙ୍କୁ ଏହି ସୁଯୋଗ ଦେଇଛି ଅବିଭକ୍ତ କୋରାପୁଟରେ ଆଦିବାସୀ ସଂଗୀତରେ ଆଲବମ୍ ପ୍ରସ୍ତୁତ କରୁଥିବା ଜେବିଆର ପ୍ରଡକସନ ।

Advertisment

ପିଲାଟି ଦିନରୁ କଣ୍ଠଶିଳ୍ପୀ ଜଣେ ହେବା ପାଇଁ ଆଶା ରଖିଥିଲେ ରଂଜନ । ହେଲେ ପରିବାରର ପରିସ୍ଥିତି ତାଙ୍କୁ ରଙ୍ଗମିସ୍ତ୍ରୀ ସଜେଇ ଦେଇଛି । ଘର ରଙ୍ଗ କରିବା ବେଳେ କୁମାର ସାନୁଙ୍କ ଅନ୍ଦାଜରେ ଗୀତ ଗାଇ ସାଥୀ ରଙ୍ଗମିନ୍ତ୍ରୀଙ୍କ ମନୋରଂଜନ କରନ୍ତି ଉମରକୋଟ୍ର ଏହି ଯୁବକ । ତାଙ୍କର ଏହି ପ୍ରତିଭା କନକ ନ୍ୟୁଜ ଜରିଆରେ ଲୋକଲୋକଚନକୁ ଆସିଛି । ଏବଂ ଏକ ପ୍ରଡକ୍ସନ ହାଉସ୍ ତାଙ୍କୁ ଆଲବମ୍ରେ ଗୀତ ଗାଇବାକୁ ସୁଯୋଗ ଦେଇଛି ।

କଳାର ରାଜ୍ୟ ଓଡିଶାରେ ରଂଜନଙ୍କ ଭଳି ଅନେକ ପ୍ରତିଭା ଅଛନ୍ତି । ଯେଉଁମାନେ ବଣମଲ୍ଲୀ ଭଳି ବଣରେ ଫୁଟି ବଣରେ ଝଡି ଯାଉଛନ୍ତି । ସେମାନଙ୍କୁ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି ।