ସଂକ୍ରମଣ ରୋକିବାକୁ ସଟଡାଉନ, ଲକଡାଉନ କଟକଣା ଠିକ କି ? ଲକଡାଉନ, ସଟଡାଉନ କଟକଣାକୁ ସମର୍ଥନ କରନ୍ତି କି ରାଜ୍ୟବାସୀ ? କେଉଁ ବର୍ଗର ଲୋକ କରୋନା କଟକଣାକୁ କରିଥିଲେ ସମର୍ଥନ? ନଜର ପକାନ୍ତୁ ସର୍ଭେ ଉପରେ

Advertisment
ସଂକ୍ରମଣ ରୋକିବାକୁ ସଟଡାଉନ, ଲକଡାଉନ କଟକଣା ଠିକ କି ? ଲକଡାଉନ, ସଟଡାଉନ କଟକଣାକୁ ସମର୍ଥନ କରନ୍ତି କି ରାଜ୍ୟବାସୀ ? କେଉଁ ବର୍ଗର ଲୋକ କରୋନା କଟକଣାକୁ କରିଥିଲେ ସମର୍ଥନ? ନଜର ପକାନ୍ତୁ ସର୍ଭେ ଉପରେ

କନକ ବ୍ୟୁରୋ: ସାରା ବିଶ୍ୱର ଗତିକୁ ବ୍ରେକ୍ ଦେଇଥିବା କରୋନା ମହାମାରୀ ଯୋଗୁଁ ବିଗିଡ଼ି ଯାଇଛି ଅର୍ଥନୀତି । ସାରା ବିଶ୍ୱରେ ସାଢ଼େ ୮ ଲକ୍ଷରୁ ଅଧିକ ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି । ଅଢ଼େଇ କୋଟିରୁ ଅଧିକ ଲୋକ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି । ତେବେ ସବୁଠୁ ବିଡମ୍ବନାର ବିଷୟ ହେଉଛି କୋଟି କୋଟି ଲୋକଙ୍କ ରୋଜଗାର ଉଜୁଛି ଯିବା ସହ ଭାରତରେ ୪୦ ଲକ୍ଷରୁ ଅଧିକ ଯୁବକ କାମ ହରାଇଛନ୍ତି ।

ତେବେ କରୋନା ମାଡ଼ରେ ଓଡ଼ିଶାରେ କି ପ୍ରଭାବ ପଡ଼ିଛି? ଓଡ଼ିଶାବାସୀଙ୍କ ଜୀବନ ଜୀବିକା କିପରି ପ୍ରଭାବିତ ହୋଇଛି, ତାହା ଜାଣିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ଭେ କରିଥିଲା କନକ ନ୍ୟୁଜ । ବିଶେଷ କରି କରୋନା ମହାମାରୀର ଗତିକୁ ରୋକିବା ପାଇଁ ସରକାର କରୁଥିବା ଲକଡାଉନ୍ ଏବଂ ସଟଡାଉନ ଭଳି କଟକଣାକୁ ଲୋକେ କେତେ ସମର୍ଥନ କରୁଛନ୍ତି ତାକୁ ନେଇ ଜନତାଙ୍କ କଣ ରହିଛି ମୁଡ୍ ଏନେଇ କନକ ନ୍ୟୁଜ ପକ୍ଷରୁ କରାଯାଇଥିବା ସର୍ଭେରେ ଲୋକଙ୍କ ମତାମତ ନିଆଯାଇଥିଲା । ଆଉ ଏହି ପ୍ରଶ୍ନର ଯାହା ଉତ୍ତର ଆସିଥିଲା ତାହା ଥିଲା ବେଶ୍ ଆଶ୍ଚର୍ଯ୍ୟଜନକ। ତେବେ ଏହି ସର୍ଭେରେ ଆମର ଓଡିଶାବାସୀଙ୍କୁ ପ୍ରଶ୍ନ ରହିଥିଲା ଯେ,

ପରିବାର ଚଳାଇବାକୁ ହାତ ଉଧାରି କରିବାକୁ ପଡୁଛି କି?

ହଁ – ୭୦.୫୨ %

ନା – ୨୯.୪୮ %

କେଉଁ ବର୍ଗର କେତେ ପ୍ରତିଶତ ଲୋକ ହାତ ଉଧାରି କରିଛନ୍ତି?

ପୁରୁଷ – ୭୦.୦୨ %

ମହିଳା – ୭୯.୧୭ %

୧୮ରୁ ୨୯ ବର୍ଷ ଯୁବକ – ୭୩.୨୪ %

୩୦ରୁ ୪୪ ବର୍ଷର ବ୍ୟକ୍ତି – ୬୯.୪୭ %

୪୫ରୁ ୫୯ ବର୍ଷର ବ୍ୟକ୍ତିି – ୭୦.୧୬ %

୬୦ରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି – ୭୫ %

ସେହିଭଳି ସର୍ଭେର ଆଉ ଏକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଥିଲା ଯେ, ନୂଆ ପୋଷାକ କିଣିବା ପରିବାରର ଆର୍ଥିକ ସ୍ୱଚ୍ଛଳତାକୁ ବୟାନ କରିଥାଏ । କେବଳ ପରିବାରର ନୁହେଁ ବଜାରରେ ପୋଷାକ ପତ୍ର ବିକ୍ରି ବଢ଼ିବା କିମ୍ବା କମିବା ଦେଶର ଆର୍ଥିକ ସ୍ଥିତିର ଏକ ସୂଚକାଙ୍କ ଭାବେ ମଧ୍ୟ କିଛି ଅର୍ଥନୈତିଜ୍ଞ ନେଇଥାନ୍ତି । ତେଣୁ ଲକଡାଉନ ଚାଲିଥିବା ବେଳେ ରଜରେ ପିଲାଙ୍କ ପାଇଁ କେତେ ଜଣ ପୋଷାକ କିଣିଥିଲେ, ସେ ନେଇ ଥିଲା ଆମର ଏହି ପ୍ରଶ୍ନ ।

ରଜରେ ପିଲାଙ୍କ ପାଇଁ ପୋଷାକ କିଣିଛନ୍ତି କି?

ହଁ – ୧୩.୬୧ %

ନା – ୮୬.୩୯ %

ଅର୍ଥାତ ୮୬ ପ୍ରତିଶତରୁ ଅଧିକ ଲୋକ ସେମାନଙ୍କ ପିଲାଙ୍କ ପାଇଁ ପୋଷାକ କିଣି ପାରିନାହାନ୍ତି ।  ରଜରେ ପିଲାଙ୍କ ପାଇଁ ପୋଷାକ କିଣିନାହାନ୍ତି

ପୁରୁଷ – ୮୧.୮୬ %

ମହିଳା – ୮୩.୩୩ %

ସେହିପରି କରୋନା ସଂକ୍ରମଣ ରୋକିବା ପାଇଁ ସରକାର କରୁଥିବା ଲକଡାଉନ୍, ସଟଡାଉନ ଭଳି କଟକଣାକୁ ସମର୍ଥନ କରନ୍ତି କି?

ହଁ – ୯୨.୫୨ %
ନା – ୭.୪୮ %

ଲକଡାଉନକୁ ସମର୍ଥନ

ପୁରୁଷ – ୯୨.୩୩ %

ମହିଳା – ୯୫.୮୩ %

୧୮ ବର୍ଷରୁ ଅଧିକ – ୮୮.୭୩ %

୩୦ ବର୍ଷରୁ ଅଧିକ – ୯୫.୫୮ %

୪୫ ବର୍ଷରୁ ଅଧିକ – ୯୦.୩୨ %

୬୦ ବର୍ଷରୁ ଅଧିକ – ୮୫ %

ରାତିରେ ଲାଗୁ କରାଯାଉଥିବା କର୍ଫ୍ୟୁକୁ ନେଇ କନକ ନ୍ୟୁଜରେ ହୋଇଥିବା ଜନମତ ସର୍ଭେରେ ଆସିଥିଲା ସାଂଘାତିକ ତଥ୍ୟ । ଯଦିଓ ଅନ୍ଲକ୍-୪ ମାର୍ଗଦର୍ଶିକାରେ ରାତି କର୍ଫ୍ୟୁକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର, ତେବେ ଏହାକୁ କେତେ ଲୋକଙ୍କ ସମର୍ଥନ ରହିଥିଲା, ସର୍ଭେରେ ପରଖି ଥିଲା କନକ ନ୍ୟୁଜ୍ ।

ରାତି କର୍ଫ୍ୟୁର ଆବଶ୍ୟକତା ଅଛି କି?

ହଁ – ୭୦.୫୨ %

ନା – ୨୯.୪୮ % 

ଯଦିଓ ରାତି କର୍ଫ୍ୟୁକୁ ଦୁଇ-ତୃତୀୟାଂଶ ଲୋକ ସମର୍ଥନ ଜଣାଇଛନ୍ତି, ତେବେ ଅଧିକାଂଶ ମହିଳା ରାତି କର୍ଫ୍ୟୁ ସପକ୍ଷରେ ନାହାନ୍ତି ।

ରାତି କର୍ଫ୍ୟୁକୁ ସମର୍ଥନ

ପୁରୁଷ – ୭୨.୪୨ %

ମହିଳା – ୩୭.୫ %

୧୮ ବର୍ଷରୁ ଅଧିକ – ୭୪.୬୫ %

୩୦ ବର୍ଷରୁ ଅଧିକ – ୬୯.୦୩ %

୪୫ ବର୍ଷରୁ ଅଧିକ – ୭୦.୯୭ %

୬୦ ବର୍ଷରୁ ଅଧିକ – ୭୦ %

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe