କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉତ୍କର୍ଷ-୨୦୨୩, ଶିକ୍ଷାକୁ ନେଇ ଚାଲିଲା ମାନସମନ୍ଥନ 

107

କନକ ବ୍ୟୁରୋ: ଶିକ୍ଷା ଆଗକୁ ବଢିବାକୁ ବାଟ ଦେଖାଏ, ବର୍ତମାନର ନିଅଁ ଉପରେ ଭବିଷ୍ୟତ ନିର୍ମାଣ କରେ। ଉତ୍କର୍ଷ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦିନ ତମାମ ଶିକ୍ଷାକୁ ନେଇ ଚାଲିଥିଲା ମାନସମନ୍ଥନ । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବିଶିଷ୍ଟ ଶିକ୍ଷାବିତ୍ ଦାମୋଦର ଆଚାର୍ଯ୍ୟ, ଶିଳ୍ପଦ୍ୟୋଗୀ ଅରବିନ୍ଦ ନନ୍ଦ ପ୍ରମୁଖ ଯୋଗଦେଇ ଆଗାମୀ ଦିନର ଶିକ୍ଷା ଉପରେ ଆଲୋକପାତ କରିଥିଲେ । ସ୍ୱାଗତ ଭାଷଣ ଦେଇ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟନାୟକ କହିଛନ୍ତି ଶିକ୍ଷା ମଣିଷକୁ ଅହଂକାରୀ ନୁହେଁ ନମ୍ର କରେ ।

ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ଦଶମ, ଦ୍ୱାଦଶରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କିପରି ପାଇଲେ ସଫଳତା କହିଥିଲେ କୃତୀ ଛାତ୍ରଛାତ୍ରୀ ।

ସେହିପରି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିବା କସ୍ତୁରୀ ପଣ୍ଡା ଓ ସତ୍ୟପ୍ରକାଶ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଗାମୀ ଦିନରେ କିପରି ଓଡିଆ ପିଲା ସିଭିଲ ସର୍ଭିସ ପରୀକ୍ଷାରେ ଅଧିକରୁ ଅଧିକ ସଫଳତା ପାଇବେ ଉପାଦେୟ ପରାମର୍ଶ ଦେଇଥିଲେ । ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗଦେଇ କିପରି ନିଜ ନିଜ କଲେଜର ବିକାଶରେ ଛାତ୍ରଛାତ୍ରୀଙ୍କ ଯୋଗଦାନ ରହିବ ସେ ବିଷୟରେ କହିଥିଲେ । ବୈଷୟିକ ଶିକ୍ଷାରେ ଓଡିଆପିଲାଙ୍କ ସ୍ଥି୍ିତି,ଜାତୀୟ ଶିକ୍ଷାନୀତି ଓ ଆଗାମି ଦିନରେ ପାଠ ପଢାର ଧାରା ସମ୍ପର୍କରେ ଆଲୋଚନା ହୋଇଥିଲା ।