କରୋନା ନେଲା ଆଉ ଏକ ଅମୂଲ୍ୟ ଜୀବନ । କନକ ନ୍ୟୁଜର ରାଉରକେଲା କ୍ୟାମେରାମ୍ୟାନ୍ ସୁମନ୍ତ ମହାନ୍ତି କରୋନାରେ ଆଖି ବୁଜିଲେ ।

288

କନକ ବ୍ୟୁରୋ: କରୋନା ନେଲା ଆଉ ଏକ ଅମୂଲ୍ୟ ଜୀବନ । ମହାମାରୀ ବିରୋଧରେ ଲଢେଇ କରି କରି ହାରିଗଲା ମଣିଷ । ଖବର ପ୍ରସାରଣ ପାଇଁ ଫଟୋ ଓ ଭିଡିଓ ତୋଳି ଧରୁଥିବା ମଣିଷ ନିଜେ ଫଟୋ ହୋଇଯାଇଛନ୍ତି ଏବଂ ଖବର ପାଲଟି ଯାଇଛନ୍ତି । ଗଣମାଧ୍ୟମ ଜଗତର ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି କରୋନା । ରାଉରକେଲାର କନକ ନ୍ୟୁଜ୍ କ୍ୟାମେରା ମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ରାଉରକେଲା ହାଇଟେକ୍ କୋଭିଡ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ମାତ୍ର ୫୦ ବର୍ଷ ବୟସରେ ସୁମନ୍ତଙ୍କର ଦେହାନ୍ତ ହୋଇଛି ।