ମୋଦୀଙ୍କ ସଭାରେ ଅଚେତ ହୋଇଗଲେ କନକ ନ୍ୟୁଜ ପ୍ରତିନିଧି: ମଞ୍ଚ ଉପରେ ଥାଇ ମହାନତା ଦେଖାଇଲେ ପ୍ରଧାନମନ୍ତ୍ରୀ

1,015

କନକ ବ୍ୟୁରୋ: ବାରିପଦା ପ୍ରଚାର ମଂଚରୁ ଜନସଭାକୁ ସମ୍ବୋଦ୍ଧିତ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡିଶାରେ ବିଜେପି ସରକାର ଗଢ଼ିବାର ଆହ୍ୱାନ ଦେଇ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଥିଲେ । ଏହି ସମୟରେ ମଂଚ ତଳେ ଥିବା କାର୍ଯ୍ୟରତ ସାମ୍ବାଦିକ ଅସୁସ୍ଥ ହୋଇ ପଡିଥିଲେ । ମଂଚ ଉପରୁ ସେହି ଦୃଶ୍ୟ ଉପରେ ମୋଦୀଙ୍କ ନଜର ପଡିଥିଲା ।
ହଠାତ୍ କାହାକୁ ଓ କାହିଁକି, ପାଣି ଦେବାକୁ କହୁଛନ୍ତି ପ୍ରଧାନମନ୍ତ୍ରୀ । ହଜାର ହଜାର ଲୋକଙ୍କ ଭିତରେ କ’ଣ ହୋଇଛି ଦେଖିଲା ବେଳକୁ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି କନକ ନ୍ୟୁଜର ପ୍ରତିନିଧି । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଅସୁସ୍ଥ ହୋଇପଡ଼ିଛନ୍ତି ଦୋଳଗୋବିନ୍ଦ ବାରିକ୍ । ବାଇଟ ପ୍ରଧାନମନ୍ତ୍ରୀ ଗହଳି ଭିତରରେ ବି ସମ୍ବାଦିକଙ୍କ ଉପରେ ପଡ଼ିଥିଲା ମୋଦୀଙ୍କ ନଜର । ତୁରନ୍ତ ନିଜ ଡାକ୍ତରୀ ଟିମ୍, ଅସୁସ୍ଥ ଗୋଳଗୋବିନ୍ଦଙ୍କ ପାଖକୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ଆଉ ସାଙ୍ଗେ ସାଙ୍ଗେ ଚିକିତ୍ସା ପାଇଁ ପହଂଚି ଯାଇଥିଲେ ଡାକ୍ତରୀ ଟିମ୍ ।

ଡାକ୍ତରୀ ଟିମର ସଦସ୍ୟମାନେ ସାମ୍ବାଦିକଙ୍କ ପାଖକୁ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ । ପରେ ଅଧିକ ଚିକିତ୍ସା ପାଇଁ ବାରିପଦା ଡାକ୍ତରଖାନାକୁ ନେଇ ଯାଇଥିଲେ । ଆଶ୍ୱସ୍ତିକର କଥା ହେଲା, ଚିକିତ୍ସା ପରେ ସୁସ୍ଥ ହୋଇଥିଲେ କନକ ନ୍ୟୁଜ୍ ଦଳଗୋବିନ୍ଦ । ବଡ କଥା ହେଉଛି ଜନସଭା ପରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଫୋନ୍ କରି ଦୋଳଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କନକ ନ୍ୟୁଜ ସାମ୍ବାଦିକ ଦୋଳଗୋବିନ୍ଦ ବାରିକଙ୍କ କ୍ଷେତ୍ରରେ ଘଟିଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଆଉ ଏହି ପୋଷ୍ଟ ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କନକ ନ୍ୟୁଜକୁ ବି ଟ୍ୟାଗ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେତେ ବେଳେ କାହା ସାଙ୍ଗରେ କ’ଣ ଘଟିବ କେହି ଜାଣି ନାହାଁନ୍ତି । କିନ୍ତୁ ଅଘଟଣ ସମୟରେ ଉପସ୍ଥିତ ବୁଦ୍ଧିର ବିନିଯୋଗ କରି ସ୍ଥିତିର ମୁକାବିଲା କରିବା ହିଁ ବୁଦ୍ଧିମାନର କାମ । ଯାହା ପ୍ରଧାନମନ୍ତ୍ରୀ ମୋଦୀ, ବାରିପଦାର ଛଉପଡ଼ାରେ କରି ଦେଖାଇଥିଲେ ।