କନକ ବ୍ୟୁରୋ: ଡରି ଡରି ବଂଚୁଛନ୍ତି ଡମପଡା ଅଭୟାରଣ୍ୟ ବାସିନ୍ଦା । ଜଙ୍ଗଲ ଭିତରେ ରହୁଥିବା ଲୋକେ ସରକାରୀ ଯୋଜନା କହିଲେ କଣ ଜାଣି ନାହାନ୍ତି । ସ୍ୱାଧିନତାର ୭ ଦଶନ୍ଧି ପରେ ବି ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଆଜି ବି ଅନ୍ଧାର ଦୂର କରୁଛି ଡିବିରି ଆଲୁଅ । ଖାଲି ଏତିକି ନୁହେଁ ଗୋଳିଆ ପାଣିକୁ ଛାଣି ପିଉଛନ୍ତି ଲୋକେ । ଅଭୟାରଣ୍ୟ ଭିତରେ କେମିତି ରହୁଛନ୍ତି ଲୋକେ, କନକ ନ୍ୟୁଜର ରିଅଲିଟ୍ ଚେକ୍ ।
ଅନ୍ଧାର ଭିତରେ ଶୀତୁଆ ରାତିର ଅଭୟାରଣ୍ୟ । କନକ ନ୍ୟୁଜ କ୍ୟାମେରା ଦେଖିଛି ରାତିର ଅଭୟାରଣ୍ୟ । ସମୟ ରାତି ୯ଟା । ସ୍ଥାନ- ଚନ୍ଦକା ଡମପଡା ଅଭୟାରଣ୍ୟ । ଅଭୟାରଣ୍ୟ ଭିତରେ ୫ କିଲୋମିଟର ଜଙ୍ଗଲି ରାସ୍ତା ଅତିକ୍ରମ କରି ବେହେଣ୍ଡା ସାହିରେ ପହଂଚିଥିଲେ ଆମ ପ୍ରତିନିଧି । ଗାଁରେ ବସବାସ କରନ୍ତି ୫୦ରୁ ଅଧିକ ପରିବାର । ଏମାନେ ଅଭୟାରଣ୍ୟର ମୂଳ ବାସିନ୍ଦା ହୋଇଥିବା ବେଳେ ସ୍ୱାଧିନତା ସାତ ଦଶନ୍ଧି ପରେ ବି ଏମାନଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା । ଗାଁକୁ ନା ରାସ୍ତା ଅଛି, ନା ବିଜୁଳି ଆଉ ଅନ୍ଧାର ରାତିରେ ଜଙ୍ଗଲି ଜନ୍ତ୍ୁଙ୍କ ଭୟ ଦୂର କରୁଛି ଡିବିରି ଆଲୁଅ ।
ସଂଧ୍ୟା ହେଲେ ଅଭୟାରଣ୍ୟ ଭିତରକୁ ୧୦୮ ଆମ୍ବୁଲାନ୍ସ ଆସିବାକୁ ବାରଣ କରିଛି ବନବିଭାଗ । ତେଣୁ ସଂଜ ନଇଁଲେ ଯଦି କାହାର ଦେହ ଅସୁସ୍ଥ ହୁଏ ତେବେ କଥା ସରେ । ଦୋଳା କିମ୍ବା ଖଟିଆରେ ବୋହି ଡମପଡା ଡାକ୍ତରଖାନାକୁ ନେବାକୁ ପଡେ । ବେହେଣ୍ଡା ସାହିର ବେହାଲ ସ୍ଥିତି ଦେଖିବା ପରେ ଆମ ପ୍ରତିନିଧି ବୁଲିଥିଲେ ଆଉ ୪ଟି ଗାଁ । ଡମପଡା ଅଭୟାରଣ୍ୟ ଭିତରେ ଡାହାଣୀଗାଡିଆ, ପିଠାଖିଆ, ନୂଆକୂଅ ଓ ଢୋଲକାଠ ଗାଁରେ ପହଂଚି ଲୋକଙ୍କ ସମସ୍ୟା ବୁଝିଛି କନକ ନ୍ୟୁଜ ଟିମ୍ ।
ତେବେ ଚନ୍ଦକା ବନାଂଚଳର ଡମପଡା ଅଭୟାରଣ୍ୟ ଭିତରେ ୫ଟି ଗାଁରେ ପ୍ରାୟ ୧୨ଶହ ଲୋକ ବସବାସ କରୁଥିବା ବେଳେ ଏମାନଙ୍କ ନିକଟରେ ସରକାରୀ ଯୋଜନା ପହଂଚାଇବା ଜରୁରୀ ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Capture24.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-15-16h54m16s47-300x169.png)
/kanak/media/post_attachments/wp-content/uploads/2019/11/Capture124-300x194.jpg)
/kanak/media/post_attachments/wp-content/uploads/2019/11/Capture23-300x197.jpg)