କନକ ବ୍ୟୁରୋ : କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୧ । ଆଜି ୩ଟି ପର୍ଯ୍ୟାୟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାର ମୁଖ୍ୟ ଆକର୍ଷଣ ହେଉଛନ୍ତି ବାବା ରାମଦେବ । ଭରଚ୍ୟୁଆଲି ଆମ କାର୍ଯ୍ୟକ୍ରମରେ ସାମିଲ ହୋଇ ଆତ୍ମନିର୍ଭର ଓଡିଶା ପ୍ରସଙ୍ଗରେ ଆଲୋଚନା କରିବେ ଯୋଗ ଗୁରୁ ବାବା ରାମଦେବ । ଦିନ ୧୦ଟାରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟପାଳ ଓ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ଯୋଗଦେବେ ।
ଏହା ପରେ ଅର୍ଥାତ୍ ୧୧ଟା ୩୦ ମିନିଟ୍ରେ ‘ଆଉଟ ଲୁକ୍’ର ପୂର୍ବତନ ସମ୍ପାଦକ ରୁବେନ୍ ବାନାର୍ଜୀଙ୍କ ସହ କନକ ନ୍ୟୁଜ୍ ସମ୍ପାଦକ ମନୋରଞ୍ଜନ ମିଶ୍ର ‘ମିଡିଆ: ଏ କୋଲସସ୍ ଉଇଥ୍ ଫିଟ୍ ଅଫ୍ କ୍ଲେ’ ପ୍ରସଙ୍ଗରେ ଆଲୋଚନା କରିବେ । ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ୍ ‘ଅଣ୍ଡରଷ୍ଟାଣ୍ଡିଂ ହିଷ୍ଟ୍ରି ଟୁ ଇନ୍ନୋଭେଟ୍ ଦ ଫ୍ୟୁଚର’ ପ୍ରସଙ୍ଗରେ ଆଲୋଚନା କରିବେ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏହି କନ୍କ୍ଲେଭ୍ ଚାଲିବ ଓ କନକ ନ୍ୟୁଜ୍ ଚାନେଲ୍ରେ ସିଧା ପ୍ରସାରଣ ହେବ ।