କନକ ବ୍ୟୁରୋ: ଖବର ବାଜିଲା ପ୍ରଶାସନର ନିଦ ଭାଙ୍ଗିଲା । ଅବହେଳିତ ଅବସ୍ଥାରେ ରାସ୍ତାକଡ କୁଡିଆରେ ରହୁଥିବା ୮୦ ବର୍ଷିୟ ବୃଦ୍ଧାଙ୍କ ପାଖରେ ପ୍ରଶାସନ ପହଞ୍ଚିଲା । ପାର୍ବତୀ ଇନ୍ଦୁଆରଙ୍କୁ ଉଦ୍ଧାର କରିଛି ସୁ୍ନ୍ଦରଗଡ ଜିଲ୍ଲା ପ୍ରଶାସନ । ଗତ ୨୨ ତାରିଖରେ ପାବର୍ତୀଙ୍କ ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ବୃଦ୍ଧା ଜଣଙ୍କ କିଭଳି ଏକ ଛୋଟିଆ କୁଡିଆରେ ଅଖିଆ ଅପିଆ ପଡିଥିଲେ, ସେନେଇ ଖବର ବାଜିଥିଲା । ଖବର ପ୍ରସାରଣ ହେବା ପରେ ଜିଲ୍ଲପାଳଙ୍କ ନିର୍ଦେଶ କ୍ରମେ ପାର୍ବତୀଙ୍କୁ ଗାଁ ମୁଣ୍ଡ ଜଙ୍ଗଲରୁ ଉଦ୍ଧାର କରି ବର୍ତମାନ ସୁନ୍ଦରଗଡ ସହରର ବରିଷ୍ଠ ନାଗରିକ ଆବାସିକ କେନ୍ଦ୍ରରେ ରଖାଯାଇଛି । ଏବଂ ପ୍ରଶାସନିକ ସ୍ତରରେ ତାଙ୍କ ସେବା ଶୁଶୃଷା କରାଯାଉଛି ।

Advertisment