କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । କାଲି ଖବର ବାଜିଲା, ଆଜି ପ୍ରଶାସନ ଉଦ୍ଧାର କଲା । ୩ ହାତର ଟେବୁଲ ଉପରେ ୨୨ ବର୍ଷ ଧରି ପଡି ରହିଥିବା ଝିଅକୁ ଉଦ୍ଧାର କରିଛି ପ୍ରଶାସନ । ୨୨ ବର୍ଷର ଝିଅ ସ୍ୱାତୀ ଗୋଟିଏ ଟେବୁଲ ଉପରେ ଶୋଇ ରହୁଥିବା ଖବର ଗତକାଲି କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହି ଖବର ପ୍ରଶାସନ କାନରେ ପଡିବା ପରେ ସ୍ୱାତୀଙ୍କୁ ଉଦ୍ଧାର କରି କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି । ଆଜି ସକାଳୁ ଜିଲ୍ଲା ପ୍ରଶାସନର ଏକ ଟିମ୍ ଜୟପୁର ସତୀଗୁଡାରେ ସ୍ୱାତୀ ରହୁଥିବା ଘରକୁ ଯାଇ ୨୦ ହଜାର ଟଙ୍କା ସହାୟତା ଦେବା ସହ ତାଙ୍କୁ ମେଡିକାଲ ପଠାଇଛନ୍ତି । ଆଗକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ଅଙ୍କା ବଙ୍କା ଶରୀର । ଯେଉଁଠିକୁ ଧରିଲେ ସେହିଠି ଭାଙ୍ଗି ଯାଉଛି । ଆଉ ଆପେ ଆପେ ମଧ୍ୟ ଯୋଡ଼ି ହୋଇଯାଉଛି । ଏପରି ସ୍ଥିତିରେ ଏବେ ଜୀବନର ଭରସା ପାଲଟିଥିଲା ଗୋଟିଏ ୩ ଫୁଟ ଲଂବର ଟେବୁଲ । ସେହିଠାରେ ଖାଇବା , ପିଇବା, ସ୍ନାନ ଶୌଚ ସବୁ କିଛି ଟେବୁଲ ଉପରେ କରୁଥିଲେ । ପିଲାଟି ଦିନରୁ ଅବସ୍ଥା ଏହିପରି । ନା ନିଜେ ଚାଲି ପାରୁଛି, ନା ନିଜ ହାତରେ ଖାଇପାରୁଛି । ଝିଅର ଏପରି ଅବସ୍ଥା ଭିତରେ ଅନେକ ଦିନରୁ ଆରପାରିକୁ ଚାଲିଗଲାଣି ମାଆ । ଏବେ ସବୁ ଦାୟୀତ୍ୱ ତୁଲାଉଛନ୍ତି ବାପା ।

ତେବେ ଜନ୍ମରୁ ସବୁକିଛି ଠିକ୍ ଥିଲା । ଏକ ବର୍ଷ ପରେ ଧିରେ ଧିରେ ଦେଖା ଦେଇଥିଲା ସମସ୍ୟା । ୨୨ ବର୍ଷ ମଧ୍ୟରେ ବହୁ ସ୍ଥାନକୁ ନେଇ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ହୋଇସାରିଲେଣି ପରିବାର ।  ପରିବାର ନିକଟରେ ଘର ନାହିଁ । ବାପା ମୁଲ ଲାଗିଲେ ଘର ଚଳିବ ।