କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ବର୍ଷ ବର୍ଷ ଧରି ଦଲାଲଙ୍କ କବଜାରେ ଥିବା ବେଆଇନ ବାଲିଘାଟ ଉପରେ ଚଢଉ କରିଛି ପ୍ରଶାଶନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଂଚାୟତରେ ବେଆଇନ ବାଲିଘାଟ କରି ପ୍ରତିଦିନ ଟନ ଟନ ବାଲି ଚୋରାଚାଲାଣ କରୁଥିବା ବେଳେ ଅନେକ ଜାଗାରେ ଗଛିତ କରି ଚଢାଦରରେ ବିକ୍ରି କରୁଥିଲେ ମାଫିଆ । ତେବେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ନିଦରୁ ଉଠିଲା ରାଜସ୍ୱ ବିଭାଗ ।
ଖୋଦ ତହସିଲଦାର ବେଆଇନ ବାଲିଘାଟକୁ ଯାଇ ଗଛିତ ଥିବା ବାଲି ଉପରେ ଫାଇନ କାଟିବା ସହ ବେଆଇନ ରେ ଚାଲିଥିବା ସମସ୍ତ ଘାଟକୁ ବନ୍ଦ କରିଛନ୍ତି । ଦିର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ବେଳେ ଏବେ ଏହାର ଯବନିକା ପଡିଛି । ତେବେ ବର୍ତମାନ ପାଇଁ ଘାଟ ବନ୍ଦ କରାଯାଇଛି ଏବଂ ଜେସିବି ସାହାଯ୍ୟରେ ରାସ୍ତାକୁ କାଟି ଦିଆଯାଇଛି । ପରେ ଏହାକୁ ସରକାରୀ ଘାଟ ହିସାବରେ ନିଆଯାଇ ଟେଣ୍ଡର କରାଯିବ ବୋଲି କହିଛନ୍ତି କୁଚିଣ୍ଡା ତହସିଲଦାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/33-3.jpg)