କନକ ବ୍ୟୁରୋ: ଲୋକକଥା ଅନୁସାରେ, ଖଣ୍ଡଗିରିରେ ରହିଛି ୭ଶହରୁ ଅଧିକ ଗୁମ୍ଫା । ପ୍ରତ୍ୟେକ ଗୁମ୍ଫାର ମହାତ୍ମ୍ୟ ରହିଛି । ଏଥିପାଇଁ ଆଜି ବି ସେହି ଗୁମ୍ଫାଗୁଡିକରେ ସାଧୁସନ୍ଥ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତ୍ୟେକ ବର୍ଷ ମାଘ ମେଳାରେ ଏଠାକୁ ଅନେକ ସାଧୁସନ୍ଥ ଆସି ତପସ୍ୟା କରନ୍ତି । ତେବେ ଆଜିବି ଗୁମ୍ଫା ଭିତରକୁ ଯିବା ଏତେ ସହଜ ନୁହେଁ । ଗୁମ୍ଫାର ପ୍ରବେଶ ପଥ ଏକ ସାପ ଭଳି । ଯାହାସହ ଭୟ ବଢାଉଥିଲା ରାସ୍ତା, ଗଛ ଓ ଘନ ଅନ୍ଧକାର । ଆଉ ଏହି ଗୁମ୍ଫା ଭିତରେ ସୂର୍ଯ୍ୟକିରଣ ବି ପଡେ ନାହିଁ । ଆଉ ସାଧନା କରୁଥିଲେ ସାଧୁ ଓ ସନ୍ଥ ।
ଏଥିସହ ଗୁମ୍ଫା ଭିତରର ଦୃଶ୍ୟ ଥିଲା ବେଶ ଚମତ୍କାର । କାଳିଗୁମ୍ଫା ଭିତରେ ପଶିବା ପରେ ଦେଖିବାକୁ ମିଳିଥିଲା ଖାଲି ଖାଲି ଜାଗା । ସବୁ କାନ୍ଥରେ ଅନ୍ୟ ସ୍ଥାନକୁ ଯିବା ପାଇଁ ରାସ୍ତା ଥିଲା, ଯାହା ହଜିଯିବାର ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ଆଉ ତା ଭିତରେ ଦେଖିବାକୁ ମିଳିଥିଲା ବାଦୁଡି । ସାଧୁସନ୍ଥଙ୍କ ମତରେ, ଏହି ଗୁମ୍ଫାରେ ପୁରାତନ କାଳରେ ଅନେକ ସାଧୁ ତପସ୍ୟା କରି ସିଦ୍ଧି ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/16-18.jpg)