କନକ ନ୍ୟୁଜ ପ୍ରଭାବ: ବୁଲବୁଲରେ ପ୍ରଭାବିତ ହୋଇଥିବା ରାଜନଗର ବୃଦ୍ଧା ଦମ୍ପତିଙ୍କୁ ମିଳିଲା ସହାୟତା

ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ରାଜନଗର ବିଧାୟକ

441

କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବ । ବୁଲବୁଲ ପ୍ରଭାବରେ ରାଜନଗରର ବୃଦ୍ଧ ଦମ୍ପତିଙ୍କ ଘର ଭାଙ୍ଗିଯିବା ଖବର ପ୍ରସାରଣ ପରେ ମିଳିଲା ସହାୟତା । ରାଜନଗର ବିଧାୟକ ସାହାର୍ଯ୍ୟର ହାତ ବଢାଇଛନ୍ତି । ବାତ୍ୟା ବୁଲବୁଲରେ ରାଜନଗର ଅଂଚଳର କାର୍ତିକ ଓ ଭଗବତୀଙ୍କ ଘରର ଛାତ ଉଡିଯାଇଥିଲା । ଘର ତ ଅଛି ହେଲେ ମୁଣ୍ଡ ଉପରେ ଛାତ ନାହିଁ ।

ନିଜ ପିଲା ପିଲି କେହିନଥିବା ବେଳେ କାର୍ତିକଙ୍କ ନିକଟ ସଂପର୍କୀୟ ମଧ୍ୟ କେହି ନାହାନ୍ତି । ଛାତ ଉଡିଯିବା ପରେ ଦିନ ତମାମା ବର୍ଷାରେ ଭିଜି ଭିଜ ଘରେ ରହିଥିଲେ ସ୍ୱାମୀ ସ୍ତ୍ରୀ । ରାତିରେ ଡିବିିରି ଆଲୁଅରେ ଘରେ ବସି ବସି ରାତିକାଟିଥିଲେ ଏହି ବୃଦ୍ଧ ଦଂପତି । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଆଜି ବିଧାୟକ ବୃଦ୍ଧ ଦମ୍ପତିଙ୍କୁ ସହାୟତାର ହାତ ବଢାଇଛନ୍ତି ।

Comments are closed.