କନକ ବ୍ୟୁରୋ : ଖବର ପ୍ରସାରଣ ପରେ ଟ୍ରାନ୍ସଫର୍ମରରୁ ହଟିଲା ଦଉଡ଼ି । ଖଣ୍ଡଗିରି ଜିଏ କଲୋନୀରେ ଗଛରେ ଟ୍ରାନ୍ସଫର୍ମର ବନ୍ଧା ହେବା ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇଛି ପ୍ରଶାସନ । ଅସ୍ଥାୟୀ ଟ୍ରାନ୍ସଫର୍ମରରୁ ଲୋକଙ୍କ ମିଳିବ ବିଦ୍ୟୁତ୍ ସେବା । ୧୨ଦିନ ହେଲା ଟ୍ରନ୍ସଫର୍ମର ଭାଙ୍ଗି ପଡିଥିବା ବେଳେ ଏହାକୁ ଗଛରେ ବାନ୍ଧି ରଖାଯାଇଥିଲା । ବାରମ୍ବାର ବିଦ୍ୟୁତ୍ କାଟ ଭିତରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଜାଡିବା ବଦଳରେ ଖଣ୍ଡିଗିରି ଜିଏ କଲୋନୀରେ ଗଛରେ ବନ୍ଧା ହୋଇଥଲା ଟ୍ରାନ୍ସଫର୍ମର ।

Advertisment

ସେହିଭଳି ଭରତପୁର ଅଞ୍ଚଳରେ କେବୁଲ ପୋଡିଯିବାରୁ ବିଜୁଳି କଟିଯାଇଥିଲା  । ଯାହାକୁ ନେଇ ସ୍ଥାନୀୟ ଲୋକେ ଭରତପୁର ବିଦ୍ୟୁତ କାର୍ଯ୍ୟାଳୟକୁ ଜଣାଇଥିଲେ । ହେଲେ ନୂଆ କେବୁଲ ଲଗାଇ ସଜାଡିବାକୁ ଲାଗିଥିଲା ୧୦ଘଣ୍ଟା । ଘଣ୍ଟାଏରୁ ଦୁଇ ଘଣ୍ଟା ଭିତରେ ଯେଉଁ କାମ ସରିଯାଇଥାନ୍ତା ତାହା ୧୦ଘଣ୍ଟା ଲାଗିଥିଲା । ଗୋଟିଏ ପଟେ ରାଜଧାନୀରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଅସନ୍ତୋଷ ବଢୁଛି । ଅନ୍ୟପଟେ ଏଭଳି ଅବ୍ୟବସ୍ଥା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।