କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପଦକ୍ଷେପ : ନୟାପଲ୍ଲୀରେ ଥିବା ମ୍ୟାନ ହୋଲର ହେଲା ମରାମତି

ଲୋକେ ଅଭିଯୋଗ କରିଥିଲେ ବି ହୋଇନଥିଲା କାମ; ସେପଟେ ବିଏମସି କମିଶନର କହିଲେ ଜଳବନ୍ଦୀ ସ୍ଥାନ ଚିହ୍ନଟ, ଖୁବ ଶୀଘ୍ର ହେବ ସମାଧାନ

66

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ବାଜିଲା ମରାମତି ହେଲା ମ୍ୟାନହୋଲ । ଖବର ପ୍ରସାରଣ ହେବାର ୨୪ଘଂଟା ନପୁରୁଣୁ ମରାମତି ହୋଇଛି ମ୍ୟାନହୋଲ । ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ ମ୍ୟାନ ହୋଲ ଭାଙ୍ଗିଥିବା ବେଳେ ରାସ୍ତାକଡରେ ବଡ ଗାତ ସୃଷ୍ଟି ହୋଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ବି ୱାଟକୋ ଏଥିପ୍ରତି ଦୃଷ୍ଟି ଦେଉନଥିଲା । କନକ ନ୍ୟୁଜ ସ୍ଥିତି ପରଖିବା ସହ ଏନେଇ ଖବର ପ୍ରସାରଣ କରିଥିଲା । ଖବର ପ୍ରସାରଣ ପରେ ସକ୍ରୀୟ ହୋଇଛନ୍ତି ବିଭାଗୀୟ ଅଧିକାରୀ । ଆରମ୍ଭ ହୋଇଛି ମରାମତି କାମ ।

ରାଜଧାନୀରେ ମୁକୁଳା ଡ୍ରେନ ସମସ୍ୟା ନେଇଛି ଜଣେ ନାବାଳକର ଜୀବନ । ଏହା ପରେ ଚେତିଛି ବିଏମସି । ଡ୍ରେନେଜ ସମସ୍ୟାକୁ ନେଇ ବିଏମସି କମିଶନର କହିଛନ୍ତି , ୬୩ ବର୍ଷ ପରେ ରେକର୍ଡ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜଳବନ୍ଦୀ ସମସ୍ୟା ହୋଇଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ୭୫ଟି ଏଭଳି ସ୍ଥାନ ଚିହ୍ନଟ ହୋଇଛି । ଜଳବନ୍ଦୀର କାରଣ ବି ଚିହ୍ନଟ କରାଯାଇଛି । କିପରି ସର୍ଟ ଟର୍ମ ଓ ଲଙ୍ଗ ଟର୍ମ ପାଇଁ ସମାଧାନ କରାଯିବ ତାର ଫର୍ମୁଲା ବାହାର କରାଯାଇଛି । ନିଜ ଅଂଚଳର ଏଷ୍ଟିମେଟ ତିଆରି ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।