କନକ ନ୍ୟୁଜ ପ୍ରଭାବ : କୋରପୁଟ ଜୟପୁର ବ୍ଲକରେ ଚାଷୀଙ୍କୁ ନକଲି ବିହନ ଯୋଗାଣର ତଦନ୍ତ , ଚାଷଜମିରେ  ସାଇଂଟିଫିକ ଟିମ ଓ କୃଷିବିଭାଗ ଟିମର ଅନୁଧ୍ୟାନ; ମଙ୍ଗଳବାର ହୋଇଥିଲା ଖବରର ପ୍ରସାରଣ 

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

60

କନକ ବ୍ୟୁରୋ : କନକନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଚାଷୀଙ୍କ ଜମିରେ ପହଁଚି ପରିଦର୍ଶନ କରି ସ୍ଥିତି ଦେଖିଲେ ବିଭାଗୀୟ ଅଧିକାରୀ । ନକଲି ବିହନ ଦେଇ ଚାଷିଙ୍କୁ ଠକି ଦେଇଥିଲା ବାୟର ନାମକ ଘରୋଇ କମ୍ପାନୀ । ଏନେଇ ଅଭିଯୋଗ କରିଥିଲେ ଶତାଧିକ ଚାଷୀ । କନକ ନ୍ୟୁଜରେ ପ୍ରସାରଣ ପରେ ଚାଷିଙ୍କ ଜମିରେ ତଦନ୍ତ ପାଇଁ ପହିଚିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି କୃଷି ବିଭାଗ ଓ ସାଇଂଟିଫିକ ଦଳର ୨ ଟି ଟିମ । 

ନକଲି ବିହନ କମ୍ପାନି ଚାଷୀ ଙ୍କୁ ଯୋଗଇଥିବା ସ୍ୱୀକାର କରିବା ସହ ରାଜ୍ୟ ସରକାରଙ୍କୁ ଏହି ସଂପର୍କରେ ଅବଗତ କରାଯିବ ବୋଲି ଅନୁଧ୍ୟାନକାରୀ ଦଳ କହିଛି । କରୋନା କଟକଣା ଭିତରେ ବାୟର ନାମକ ଘରୋଇ କମ୍ପାନି , ଡ଼ିଲର ଙ୍କ ଜରିଆରେ ମୋଟା ଅଙ୍କର ପଇସା ନେଇ ଚାଷୀଙ୍କୁ ନକଲି ବିହନ ଯୋଗାଇଥିଲା । ଜୟପୁର ସବଡ଼ିଭିଜନର ୨ ହଜାରରୁ ଅଧିକା ଏକର ଜମିରେ ଏହାଦ୍ୱାରା ଫସଲ ପ୍ରଭାବିତ ହୋଇଥିଲା ।