କନକ ନ୍ୟୁଜ ପ୍ରଭାବ : ଖବର ପ୍ରସାରଣ ପରେ ଚିକତ୍ସା ପାଇଁ ସହାୟତା ପାଇଲା ରାଜୁ

112

କନକ ବ୍ୟୁରୋ : କନକ ନ୍ୟୁଜ ପ୍ରଭାବ । ଖବର ପ୍ରସାରଣ ପରେ ଚିକତ୍ସା ପାଇଁ ସହାୟତା ପାଇଲା ରାଜୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପାଳିକା କେନାଲ ସାହିରେ ରହୁଥିବା ଅଂଜଳି ହରିଜନଙ୍କ ପୁଅ ରାଜୁ ହରିଜନ ଦୀର୍ଘ ଦିନ ଧରି ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି । ଏପରିକି ରାଜୁଙ୍କୁ ଶିକୁଳୀର ବନ୍ଧିକି ରଖିବାକୁ ପଡ଼ୁଛି ।

ଆର୍ଥିକ ଅନାଟନ ଯୋଗୁଁ ଚିକତ୍ସା କରାଇପାରୁନାହାନ୍ତି ପରିବାର ଲୋକେ । ଏନେଇ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଛି ପ୍ରଶାସନ । ଉମରକୋଟ ତହସିଲଦାର ଏନ୍ ଜଗତଜୀବନ ଚୌଧୁରୀ ତାଙ୍କୁ ରେଡ୍ କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନର ସହଯୋଗରେ ରାଜୁଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା ପାଇଁ ନିଆଯାଇଛି ।