କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବ । ବୁଲବୁଲ ପ୍ରଭାବରେ ରାଜନଗରର ବୃଦ୍ଧ ଦମ୍ପତିଙ୍କ ଘର ଭାଙ୍ଗିଯିବା ଖବର ପ୍ରସାରଣ ପରେ ମିଳିଲା ସହାୟତା । ରାଜନଗର ବିଧାୟକ ସାହାର୍ଯ୍ୟର ହାତ ବଢାଇଛନ୍ତି । ବାତ୍ୟା ବୁଲବୁଲରେ ରାଜନଗର ଅଂଚଳର କାର୍ତିକ ଓ ଭଗବତୀଙ୍କ ଘରର ଛାତ ଉଡିଯାଇଥିଲା । ଘର ତ ଅଛି ହେଲେ ମୁଣ୍ଡ ଉପରେ ଛାତ ନାହିଁ ।
ନିଜ ପିଲା ପିଲି କେହିନଥିବା ବେଳେ କାର୍ତିକଙ୍କ ନିକଟ ସଂପର୍କୀୟ ମଧ୍ୟ କେହି ନାହାନ୍ତି । ଛାତ ଉଡିଯିବା ପରେ ଦିନ ତମାମା ବର୍ଷାରେ ଭିଜି ଭିଜ ଘରେ ରହିଥିଲେ ସ୍ୱାମୀ ସ୍ତ୍ରୀ । ରାତିରେ ଡିବିିରି ଆଲୁଅରେ ଘରେ ବସି ବସି ରାତିକାଟିଥିଲେ ଏହି ବୃଦ୍ଧ ଦଂପତି । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଆଜି ବିଧାୟକ ବୃଦ୍ଧ ଦମ୍ପତିଙ୍କୁ ସହାୟତାର ହାତ ବଢାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Mla.jpg)
/kanak/media/post_attachments/wp-content/uploads/2019/11/Rajnagar-Help2-300x159.png)