ସାପ କାମୁଡାରେ ଗୁରୁତର ହୋଇଥିଲା ସ୍ୱାସ୍ଥ୍ୟବସ୍ଥା । ଖବର ବାଜିବା ପରେ କୁନି ଝିଅକୁ ମିଳିଲା ଚିକିତ୍ସା ।

94

କନକ ବ୍ୟୁରୋ : ଖବର ବାଜିଲା, କୁନି ଝିଅକୁ ଚିକିତ୍ସା ମିଳିଲା । ଯନ୍ତ୍ରଣାରୁ ମଞ୍ଜୁଳାକୁ ମୁକ୍ତି ମିଳିଲା । ସାପ କାମୁଡିବାରୁ ମଞ୍ଜୁଳା ଆନ୍ତିଙ୍କ ଗୋଟିଏ ହାତ ପଚି ଯାଇଥିଲା । ନବରଙ୍ଗପୁର ରାଇଘର ବ୍ଲକର ୯ ବର୍ଷିୟ ଝିଅ ଅହସ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଜୁଲାଇ ୧୩ ତାରିଖରେ ତାଙ୍କ ସମ୍ପର୍କୀତ ଖବର କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଖବର ବାଜିବାର ମାତ୍ର କେଇ ଘଣ୍ଟାରେ ମଞ୍ଜୁଳାକୁ ଚିକିତ୍ସା ଯୋଗାଇବାକୁ ଆଗକୁ ଆସିଥିଲା ଜିଲ୍ଲା ପ୍ରଶାସନ । ଉତ୍ତମ ଚିକିତ୍ସା ପାଇଁ ଜୁଲାଇ ୧୪ ତାରିଖରେ ତାକୁ କଟକ ବଡ ମେଡିକାଲକୁ ପଠାଯାଇଥିଲା ।

କଟକରେ ୨ ମାସରୁ ଅଧିକ ସମୟ ଧରି ଚିକିତ୍ସାରେ କୁନି ଝିଅ ସୁସ୍ଥ ହୋଇଛି । ମଞ୍ଜୁଳା ହାତର ଅସ୍ତ୍ରୋପଚାର କରାଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବୁଧବାର କଟକ ବଡ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛି । ମଞ୍ଜୁଳା ଏକ ବସ ଯୋଗେ ଉମରକୋଟରେ ପହଞ୍ଚିବା ପରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ତାକୁ ନିଜ ଗାଡିରେ ନେଇ ଘରେ ଛାଡିଛନ୍ତି । କୁନି ଝିଅ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାଲିଝୋର ଗାଁରେ ଖୁସିର ଲହରି ଖେଳି ଯାଇଛି ।

ଖବର ବାଜିଲା, କୁନି ଝିଅକୁ ଚିକିତ୍ସା ମିଳିଲା । ଯନ୍ତ୍ରଣାରୁ ମଂଜୁଳାକୁ ମୁକ୍ତି ମିଳିଲା । ସାପ କାମୁଡିବାରୁ ମଞ୍ଜୁଳା ଆନ୍ତିଙ୍କ ଗୋଟିଏ ହାତ ପଚି ଯାଇଥିଲା । ନବରଙ୍ଗପୁର ରାଇଘର ବ୍ଲକର ୯ ବର୍ଷିୟ ଝିଅ ଅହସ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଜୁଲାଇ ୧୩ ତାରିଖରେ ତାଙ୍କ ସମ୍ପର୍କୀତ ଖବର କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଖବର ବାଜିବାର ମାତ୍ର କେଇ ଘଂଟାରେ ମଞ୍ଜୁଳାକୁ ଚିକିତ୍ସା ଯୋଗାଇବାକୁ ଆଗକୁ ଆସିଥିଲା ଜିଲ୍ଲା ପ୍ରଶାସନ । ଉତ୍ତମ ଚିକିତ୍ସା ପାଇଁ ଜୁଲାଇ ୧୪ ତାରିଖରେ ତାକୁ କଟକ ବଡ ମେଡିକାଲକୁ ପଠାଯାଇଥିଲା ।

କଟକରେ ୨ ମାସରୁ ଅଧିକ ସମୟ ଧରି ଚିକିତ୍ସାରେ କୁନି ଝିଅ ସୁସ୍ଥ ହୋଇଛି । ମଞ୍ଜୁଳା ହାତର ଅସ୍ତ୍ରୋପଚାର କରାଯାଇଛି । ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ବୁଧବାର କଟକ ବଡ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛି । ମଂଜୁଳା ଏକ ବସ ଯୋଗେ ଉମରକୋଟରେ ପହଂଚିବା ପରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ତାକୁ ନିଜ ଗାଡିରେ ନେଇ ଘରେ ଛାଡିଛନ୍ତି । କୁନି ଝିଅ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାଲିଝୋର ଗାଁରେ ଖୁସିର ଲହରି ଖେଳି ଯାଇଛି ।