କନକ ବ୍ୟୁରୋ : ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଘଟଣା ନେଇ ଚେତିଲା ପ୍ରଶାସନ । ଘରେ ବୃଦ୍ଧବୃଦ୍ଧା ମାନଙ୍କ ଭତ୍ତା ଟଙ୍କା ପହଞ୍ଚାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ଏକମାଣିଆ ପଞ୍ଚାୟତର ବୃଦ୍ଧବୃଦ୍ଧା ଭତ୍ତା ପାଇଁ ଯାଉଥିଲେ ଭରା ନଈ ପାର ହୋଇ । ଭତା ଟଙ୍କା ପାଇବାକୁ ପ୍ରତିଥର ଶିକାରେ ବୁହାହୋଇ ଭରା ନଈ ପାର ହୋଇ ଯାଉଥିଲେ ।

Advertisment

ଏପରିକି ପଙ୍କ କାଦୁଅରେ ପଶି ଡଙ୍ଗା ପାଖରେ ପହଞ୍ଚୁଥିଲେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୧୧ମାସ ଧରି ଏହିଭଳି ବିପଦ ସଙ୍କୁଳ ଅବସ୍ଥାରେ ଭତ୍ତା ଗଣ୍ଡାକ ପାଇଁ ଦୁର୍ଦ୍ଦଶା ଭୋଗୁଥିଲେ । ହେଲେ ଖବର ପ୍ରସାରଣ ହେବା ପରେ ପରେ ପ୍ରଶାସନ ସମାନଙ୍କ ସମସ୍ୟା ଦୂର କରିଛନ୍ତି । ସେମାନଙ୍କ ଘର ଭତା ପହଂଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।