କନକ ନ୍ୟୁଜ ବିତର୍କ : ନେତା କହିଲେ ମୁଖ୍ୟମନ୍ତ୍ରୀ ହେଲେ କଣ କରିବେ ?

Advertisment
କନକ ନ୍ୟୁଜ ବିତର୍କ : ନେତା କହିଲେ ମୁଖ୍ୟମନ୍ତ୍ରୀ ହେଲେ କଣ କରିବେ ?

କନକ ବ୍ୟୁରୋ : ମୋ ସ୍ୱପ୍ନର ଓଡ଼ିଶା । ଓଡ଼ିଶାକୁ ନେଇ ନେତା ସ୍ୱପ୍ନ ଦେଖୁଛନ୍ତି, ରାଜନୈତିକ ଦଳ ସ୍ୱପ୍ନ ଦେଖୁଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ୧୨୦ ଆସନ ପାଇବାର ସ୍ୱପ୍ନ ଦେଖୁଛି । ବିଜୁ ଜନତା ଦଳ ସ୍ୱପ୍ନ ଦେଖୁଛି-ପୁଣି ଥରେ ଓଡ଼ିଶାରେ କ୍ଷମତାକୁ ଫେରିବ ଏବଂ କଂଗ୍ରେସ, ନୂଆ ନେତୃତ୍ୱର ପରିବର୍ତ୍ତନର ଆଶା ଭିତରେ ଓଡ଼ିଶାରେ ଶାସନ କରିବାକୁ ସ୍ୱପ୍ନ ଦେଖୁଛି । ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ସମ୍ବାଦର ସ୍ୱନକ୍ଷତ୍ର ଅବସରରେ ସମ୍ବାଦ, କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଏବଂ ସମ୍ବାଦ ଗ୍ରୁପ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଥିଲା ଏବ ବିତର୍କ । ଯାହାର ଶୀର୍ଷକ ଥିଲା ମୁଁ ଯଦି ମୁଖ୍ୟମନ୍ତ୍ରୀ ହେବି ,ମୋ ସ୍ୱପ୍ନର ଓଡ଼ିଶା

ଏହି ବିତର୍କରେ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ, ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରତିନିଧି ଭାଗ ନେଇଥିଲେ । କଂଗେସର ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେଡି ପକ୍ଷରୁ ବରିଷ୍ଠ ନେତା ତଥା ବିଜେଡି ଉପସଭାପତି ଡକ୍ଟର ଦାମୋଦର ରାଉତ ଏବଂ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଭାଗ ନେଇ, ଓଡ଼ିଶାକୁ ନେଇ କ’ଣ ସ୍ୱପ୍ନ ଦେଖନ୍ତି ଏହି ବିତର୍କରେ ମତ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe