କନକ ବ୍ୟୁରୋ : କୋରାପୁଟ ସେମିଳିଗୁଡାରେ କାହିଁକି ହିଣ୍ଡାଲକୋ ଜନ ଶୁଣାଣିକୁ ବିରୋଧ କରାଯାଉଛି । କିଛି ଲୋକ ଖଣି ଖନନକୁ ବିରୋଧ କରୁଥିବା ବେଳେ କାହିଁକି କିଛି ଲୋକ ଏହାକୁ ସମର୍ଥନ କରୁଛନ୍ତି । କ’ଣ ରହିଛି ପ୍ରକୃତ କାରଣ । ଗତକାଲିର ଘଟଣା ସାମ୍ନାକୁ ଆସିବା ପରେ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ ।
ପରିବେଶ ଶୁଣାଣି ବେଳେ ତୁମୁଳକାଣ୍ଡ । ମାଳି ପର୍ବତକୁ ନେଇ ମୁହାଁମୁହିଁ ସପକ୍ଷବାଦୀ ଓ ବିପକ୍ଷବାଦୀ । କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ପଟାଙ୍ଗୀ ତହସିଲ ଅଧୀନରେ ରହିଛି ମାଳି ପର୍ବତ । ଏହି ପର୍ବତର ୨୬୧.୧୧ହେକ୍ଟର ଅଞ୍ଚଳରୁ ଖଣି ଖନନ ପାଇଁ ହିଣ୍ଡାଲକୋ କମ୍ପାନୀକୁ ମିଳିଛି ଲିଜ୍ ଅନୁମତି । ଏଠାରୁ ବକ୍ସାଇଡ ଖନନ ହୋଇ ବେଦାନ୍ତକୁ କଞ୍ଚାମାଲ ଯିବ । ଏହାକୁ ନେଇ ଜନଶୁଣାଣି ବେଳେ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିବା ବେଳେ ଛନ୍ଦି ହୋଇପଡିଥିଲେ ଅଧିକାରୀ । ଏହି ଖନନ ହେଲେ ୧୮ଟି ପଞ୍ଚାୟତର ୭୦ଖଣ୍ଡ ଗାଁଲୋକେ ପ୍ରଭାବିତ ହେବେ ବୋଲି ଅଭିଯୋଗ ହୋଇଛି ।
ତେବେ ପାହାଡ ଉପରେ ନିର୍ଭର ପୂରା ଗାଁ । ପାହାଡର ଝରଣା ପାଣିରେ ପାଖ ଅଞ୍ଚଳର ସବୁ ଗାଁ ପିଇବା ପାଣି ଠାରୁ ଆରମ୍ଭ କରି ଚାଷବାସ ଉପରେ ନିର୍ଭର କରୁଛନ୍ତି । ଅପରପକ୍ଷରେ ଖଣି ଖନନ ହେଲେ ସ୍ଥାନୀୟଲୋକେ ଜୀବିକା ପାଇବେ ବୋଲି ସପକ୍ଷବାଦୀ ଯୁକ୍ତି ବାଢିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/13-30.jpg)