କନକ ବ୍ୟୁରୋ: ଦେବୀ ଦଶଭୁଜାଙ୍କୁ ମୂର୍ତ୍ତିରେ ତ ଆପଣ ଦେଖିଥିବେ । ହେଲେ ମଣିଷରୂପରେ ସେ ମୃଣ୍ମୟୀ ମା’ଙ୍କୁ ଦେଖିଛନ୍ତି କି? ହଁ ଆପଣଙ୍କ ଆଖି ଆଗରେ ସର୍ବତ୍ର ରହୁଛନ୍ତି ସେ କିନ୍ତୁ ଅନ୍ତରାତ୍ମାରେ ଥରେ ଦେଖିଲେ ସେ ଦେବୀଙ୍କ ଦର୍ଶନ ପାଇପାରିବେ ଆପଣ…ତେବେ ଆସନ୍ତୁ ଆପଣଙ୍କୁ ଆଜି ସେହି ଅଦୃଶ୍ୟ ଦଶଭୂଜାଙ୍କ କାହାଣୀ ଜଣାଇ ତାଙ୍କ ଦର୍ଶନ କରାଇବୁ...
1. ନା ହାତରେ ଅଛି ଅସ୍ତ୍ରଶସ୍ତ୍ର, ନା ପାଖରେ ଅଶ୍ବ ବାହନ । ଚମ ଧୁଡ଼ୁଧୁଡ଼ୁ ଶରୀରରେ ପ୍ରବାହିତ ହେଉଛି ସହନଶୀଳତା ଓ ସଂଘର୍ଷର ଅଦମ୍ୟ ଶକ୍ତି । ହଁ ଦେବୀ ଦଶଭୁଜା ଦେଖିବାକୁ ଏମିତି ତ...
2. କ୍ଷେତରେ ଖରାକୁ ଖାତିର ନକରି ସୁନାର ଫସଲ ବୁଣୁଥିବା ମା’ ଭିତରେ ତ ଥାଆନ୍ତି ଦେବୀ ଦୁର୍ଗା । ବିଲରେ ପେଟପାଟଣା ପାଇଁ ଲଢ଼ୁଥିବା ଜଣେ ଜଣେ ମା’ଙ୍କ ଦୃଢ଼ ପ୍ରତିଜ୍ଞା ଓ ପରିଶ୍ରମ ଆଗରେ ମୁଣ୍ଡ ନୂଆଁଇ ଥାଏ ପ୍ରକୃତି ।
3. ତତଲା ପିଚୁରେ ଛିଣ୍ଡା ଚପଲ ହଳେ ପିନ୍ଧିଥାନ୍ତି, ସହରକୁ ସଫା ରଖୁଥିବା ପ୍ରତିଦିନ ବାହାରି ଯାଆନ୍ତି । ମହାମାରୀ ହେଉ ଅବା ଛୁଟିଦିନ ତାଙ୍କ ପାଇଁ ସଫେଇ କରିବା ଆଗ କାମ, ସେଥିପାଇଁ ତ ସବୁ ସ୍ବଚ୍ଛସାଥୀ ଭିତରେ ହିଁ ଥାଆନ୍ତି ସିଂହବାହିନୀ ।
4. ଇଟା ଭାଟିରେ ମାଟିର ଛାତିକୁ ଚିରିଦେଉଥିବା ମା’ ଭିତରେ ତ ଥାଏ ଦେବୀ ଦୁର୍ଗା, ନହେଲେ ସୂର୍ଯ୍ୟର ଆଖିରେ ଆଖି ମିଶାଇ ଏତେ ସଂଘର୍ଷ କରିବାକୁ କିଏ ସେ ସାହସ କରିବ?
5. ଦାଦନ ଶ୍ରମିକ, ଦିନ ମଜୁରିଆ, ପାଇଟି ଲାଗି ଛୁଆକୁ ଛାତିରେ ଧରି କାମକୁ ବାହାରି ଯାଏ ମା’, ଏଠି ମହିଷାସୁର ନୁହେଁ ଭୋକର ଭସ୍ମାସୁର ମାରିବା ପାଇଁ ମା’ ସାଜିଥାଏ ମହିଷା ମର୍ଦ୍ଦିନୀ ।
6. କୋଇଲା ଖାଦାନରେ କଳା ପାଉଡରକୁ ଦେହରେ ମାଖି ନିଜ ସୌନ୍ଦର୍ଯ୍ୟତାକୁ ଶେଷ କରିଦେଉଥିବା ଦେବୀର ନାଁ ତ ଦୁର୍ଗା । ସେ କଳା ମୁଗୁନି ପଥର ଫାଙ୍କରୁ ମୁରୁକି ହସି ଆତ୍ମବିଶ୍ବାସ ବଢ଼ାଉଥିବା ମା’ ଜଣକ ହେଉଛି ମୃଣ୍ମୟୀ ଦେବୀ ।
7. ନା ହାତରେ ଥାଏ ତ୍ରିଶୂଳ, ନା ଥାଏ ଖଣ୍ଡା କି ଚକ୍ର । କୋଳରେ ଛୁଆକୁ ଧରି, ନିଆଁକୁ ନାଲି ଆଖି ଦେଖାଉଥିବା ନାରୀର ଅନ୍ୟ ନାଁ ହେଉଛି ଦଶଭୂଜା ।
8. ମେଡିକାଲ ଯଦି ମନ୍ଦିର ହୁଏ, ସେ ମନ୍ଦିରରେ ବି ଅଛନ୍ତି ଜଣେ ଜଣେ ଦୁର୍ଗା ମା’ । ଯିଏ ମହାମାରୀକୁ ମାରିଦିଅନ୍ତି, ରୋଗୀ ପାଇଁ ସୁରକ୍ଷା କବଚ ସାଜି ଯମକୁ ହରାଇ ଦିଅନ୍ତି ।