Black Box Colour : ନାଁ ବ୍ଲାକ୍‌ବକ୍ସ ହେଲେ ରଙ୍ଗ କମଳା, ଏମିତି କାହିଁକି ?

ପୂରା ବିଶ୍ବରେ ପ୍ରତିଦିନ ଲକ୍ଷାଧିକ ବିମାନ ଉଡ଼ାଣ ଭରନ୍ତି । କୁହାଯାଏ ବିମାନଯାତ୍ରା ସବୁଠୁ ଅଧିକ ସୁରକ୍ଷିତ । ତେଣୁ ଦୂରସ୍ଥାନକୁ ଯାତ୍ରା କରିବାକୁ ହେଲେ ବିମାନର ଯାତ୍ରା ହିଁ ସର୍ବାଧିକ ନିରାପଦ ବୋଲି କୁହାଯାଏ

Black-Box-Color

Black-Box-Color Photograph: (kanak News)

କନକ ବ୍ୟୁରୋ: ବ୍ଲାକ୍‌ବକ୍ସ । ବିମାନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ । କାରଣ ଯେବେ ଯେବେ ବିମାନ ଦୁର୍ଘଟଣା ହୁଏ ସେବେ ସେବେ ବ୍ଲାକ୍‌ବକ୍ସକୁ ନେଇ ଚର୍ଚ୍ଚା ଚାଲେ । କାରଣ ଏହା ହିଁ ପୂରା ଦୁର୍ଘଟଣାର କାରଣ କହେ । ସାଧାରଣତଃ ସମସ୍ତେ ଭାବନ୍ତି ବ୍ଲାକ୍‌ବକ୍ସର ରଙ୍ଗ କଳା ହୋଇଥିବ । ହେଲେ ଏହା କଳା ରଙ୍ଗ ନୁହେଁ ବରଂ କମଳା ରଙ୍ଗ । ତେବେ ଆଜି ଆସନ୍ତୁ ଜାଣିବା ବ୍ଲାକ୍‌ବକ୍ସ କେଉଁଠି ରହେ ଓ କି କି କାମ କରେ । 

ନାଁ ବ୍ଲାକ୍‌ବକ୍ସ
ଦେଖିବାକୁ କିନ୍ତୁ କମଳା ରଙ୍ଗ
ସବୁ ତଥ୍ୟ ରଖେ…ତଦନ୍ତରେ କହିଦିଏ
ବିମାନ କକ୍‌ପିଟ୍‌ରେ ରହେ ବ୍ଲାକ୍‌ବକ୍ସ
ପ୍ରତି ମିଲିସେକେଣ୍ଡର ତଥ୍ୟ ରେକର୍ଡ କରେ
ପାଇଲଟ୍‌ଙ୍କ ମଧ୍ୟରେ କଥାବାର୍ତ୍ତା ବି ରେକର୍ଡ କରେ

ପୂରା ବିଶ୍ବରେ ପ୍ରତିଦିନ ଲକ୍ଷାଧିକ ବିମାନ ଉଡ଼ାଣ ଭରନ୍ତି । କୁହାଯାଏ ବିମାନଯାତ୍ରା ସବୁଠୁ ଅଧିକ ସୁରକ୍ଷିତ । ତେଣୁ ଦୂରସ୍ଥାନକୁ ଯାତ୍ରା କରିବାକୁ ହେଲେ ବିମାନର ଯାତ୍ରା ହିଁ ସର୍ବାଧିକ ନିରାପଦ ବୋଲି କୁହାଯାଏ । ଖାଲି ଏତିକି ନୁହେଁ ବରଂ ୧୩ ମିଲିୟନ ବିମାନ ଉଡ଼ାଣ ଭିତରୁ ମାତ୍ର ଗୋଟିଏ ବିମାନ ହିଁ ଦୁର୍ଘଟଣାର ସାମ୍ନା କରେ । ତେଣୁ କେତେ ସୁରକ୍ଷିତ ଏହି ଯାତ୍ରା ତାହା ସ୍ପଷ୍ଟ ଅନୁମେୟ । ଆଧୁନିକ ବିମାନରେ କକପିଟ୍‌ ଭଏସ୍‌ ରେକର୍ଡ ବା ସିଭିଆର୍ ଏବଂ ଡିଜିଟାଲ ଫ୍ଲାଇଟ୍‌ ଡାଟା ରେକର୍ଡର ଡିଏଫ୍‌ଡିଆର୍‌ ରହେ । ହେଲେ ବ୍ଲାକ୍‌ବକ୍ସର ଗୁରୁତ୍ବ ବିମାନରେ ବହୁ ଅଧିକ ରହିଛି । ଅବଶ୍ୟ ନାଁ  ବ୍ଲାକ୍‌ବକ୍ସ ଦିଆଯାଇଛି ହେଲେ ଦେଖିବାକୁ ତାହା କମଳା ରଙ୍ଗର । 

ସୂଚନା ଅନୁସାରେ, ଡିଏଫ୍‌ଡିଆର୍‌ ଓ ବ୍ଲାକ୍‌ବକ୍ସ ଅତ୍ୟଧିକ ମଜଭୁତ । ଯଦି କୌଣସି ସ୍ଥିତିରେ ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ, ତେବେ ଏହା ଦୂରରୁ ବି ଦେଖାଯାଏ । ଯେହେତୁ ରଙ୍ଗ ଏହାର କମଳା ତେଣୁ ଦୂରରୁ ଦେଖିବାରେ କୌଣସି ଅସୁବିଧା ହୋଇନଥାଏ। ଖାଲି ଏତିକି ନୁହେଁ ବରଂ ପାଣିରେ ବି ଏହା ପଡ଼ିଲେ ଖରାପ ହେବ ନାହିଁ କି ବୁଡ଼ିବ ନାହିଁ । ତେଣୁ ବିମାନର ଯଦି କୌଣସି ତ୍ରୁଟି ହୁଏ ତେବେ ଅତି ସହଜରେ ଏହା ତଦନ୍ତରେ ସାହାଯ୍ୟ କରିପାରେ । ତେଣୁ ଗୁଜରାଟର ଅହମଦାବାଦ୍‌ରେ ଘଟିଥିବା ଦୁର୍ଘଟଣାର ସତ ସାମ୍ନାକୁ ଆଣିବ ବ୍ଲାକ୍‌ବକ୍ସ ବୋଲି କୁହାଯାଉଛି । 

ମୋଟ୍‌ ଉପରେ ବ୍ଲାକ୍‌ବକ୍ସକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ । କେମିତି ଏହା ତଦନ୍ତରେ ସାହାଯ୍ୟ କରେ ସେନେଇ ବି ପ୍ରଶ୍ନ ଉଠେ । ହେଲେ ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ବ୍ଲାକ୍‌ବକ୍ସ ବିମାନର ପ୍ରତି ମିଲିସେକେଣ୍ଡର ଡାଟା ରେକର୍ଡ କରେ । ତେଣୁ ଦୁର୍ଘଟଣା ପୂର୍ବରୁ ବିମାନ କେଉଁ ସ୍ଥିତିରେ ଉଡ଼ାଣ ଭରିଲା, ପାଇଲଟ୍‌ କଣ କଣ କଥା ହୋଇଥିଲେ ଏହା ସବୁ ରେକର୍ଡ ହୋଇଯାଏ । ତେଣୁ ବୋଇଂ ୭୮୭ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ତାହାର ବି ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe