କନକ ବ୍ୟୁରୋ: ଆପଣ ଯେତେବେଳେ କୌଣସି କାର୍ ସୋ’ରୁମକୁ ଗାଡ଼ି କିଣିବାକୁ ଯାଆନ୍ତି ସେଠାରେ ଜଣେ ସେଲ୍ସମ୍ୟାନ ଆପଣଙ୍କୁ ଗାଡ଼ି ଦେଖେଇଥାନ୍ତି । କିନ୍ତୁ ଆପଣ କେବେ ଦେଖିଛନ୍ତି କି କାର୍ ସୋ’ରୁମ୍ରେ ଏକ ବୁଲା କୁକୁରକୁ ସେଲ୍ସମ୍ୟାନ୍ ଦାୟିତ୍ବ ମିଳିପାରେ । ଆପଣଙ୍କୁ ଅଜବ ଲାଗିଲେ ବି ଏହା ପୂରାପୂରି ସତ୍ୟକଥା । ଆଜକୁ ଦୀର୍ଘ ୫ ବର୍ଷ ହେଲାଣି ସେଲ୍ସମ୍ୟାନ୍ ଭାବେ କାର୍ଯ୍ୟ କରୁଛି ଗୋଟେ ବୁଲା କୁକୁର । ତା’ ପୁଣି ବିଶ୍ବର ଏକ ଦାମୀ କାର୍ ସୋ’ରୁମରେ ।
ଆମେ ସମସ୍ତେ ଜାଣୁ ଯେ କୁକୁର ବିଶ୍ୱସ୍ତ ହେବା ସହିତ ବହୁତ ବୁଦ୍ଧିମାନ ପ୍ରାଣୀ । ସେଥିପାଇଁ ବ୍ରାଜିଲର ଏକ ହ୍ୟୁଣ୍ଡାଇ ସୋ’ରୁମରେ ଗୋଟେ ବୁଲା କୁକୁରକୁ ଗତ ୫ ହେଲାଣି ସେଲ୍ସ ପଦରେ ବସାଇଛି କମ୍ପାନି । ଏପରିକି କୁକୁରକୁ ଆଇକାର୍ଡ ପ୍ରଦାନ କରି ତା’ ନାଁ ରଖାଯାଇଥିଲା ଟକ୍ସନ୍ ପ୍ରାଇମ୍ । ମିଡିଆ ରିପୋର୍ଟ ଅନୁସାରେ, ଟକ୍ସନ୍ ସୋ’ରୁମ କର୍ମଚାରୀଙ୍କ ସହିତ ଭଲ ଭାବରେ ମିଶିଯାଇଥିଲା ଏବଂ ପରେ ସୋ’ରୁମର କର୍ତ୍ତୁପକ୍ଷ ଟକ୍ସନକୁ ବଡ଼ ଦାୟିତ୍ବ ଦେଇଥିଲେ । ଖାଲି ଏତିକି ନୁହେଁ ହ୍ୟୁଣ୍ଡାଇ ବ୍ରାଜିଲ୍ ଇନଷ୍ଟାଗ୍ରାମରେ ଟକ୍ସନକୁ ଚାରିଗୋଡ଼ିଆ କର୍ମଚାରୀ ବୋଲି ବିବେଚନା କରି ଫଟୋ ପୋଷ୍ଟ କରିଥିଲେ । ଯାହାକୁ ସେତେବେଳେ ସାରା ବିଶ୍ବରରେ ଚର୍ଚ୍ଚାକୁ ଆସିଥିଲା ।
ସବୁଠାରୁ ବଡ଼ କଥା ହେଲା ସୋ’ରୁମ୍ ଭିତରେ କୁକୁର ଟକ୍ସନ୍ର ନିଜସ୍ୱ କ୍ୟାବିନ୍ ଏବଂ ଘର ମଧ୍ୟ ଅଛି । ଏପରିକି ଏହି କୁକୁର ମଧ୍ୟ ଅଫିସ୍ ବୈଠକରେ ସାମିଲ ମଧ୍ୟ ହୋଇଥାଏ । ସୋ’ରୁମ୍ ପରିଚାଳକ କୁକୁରଟିକୁ ଯାହା କୁହନ୍ତି ସେ ସବୁ କରିଥାଏ । ଅଧିକାଂଶ ସମୟରେ ଟକ୍ସନ ସୋ’ରୁମ୍ ବାହାରେ ମଧ୍ୟ ସିକ୍ୟୁରିଟି ଗାର୍ଡ ଭଳି ଜଗି ରହିଥିବାର ଦେଖିବାକୁ ମିଳିଥାଏ । ୫ ବର୍ଷ ପରେ ବି ଟକ୍ସନ ଏହି ସୋ’ରୁମରେ ସେଲ୍ସ ଦାୟିତ୍ବରେ ଅଛି । ଏବଂ କାର୍ କିଣିବାକୁ ଆସୁଥିବା ଅନେକ ଗ୍ରାହକମାନେ ତାଙ୍କର ବ୍ୟବହାର ପାଇଁ ବେଶ୍ ପସନ୍ତ କରିଥାନ୍ତି । ଯେଉଁଥିପାଇଁ ଆଜି ବି ଟକ୍ସନର ପିଠି ଥାପୁଡ଼ାଇ ପ୍ରଶଂସା କରନ୍ତି ।