କଂଗ୍ରେସକୁ ଭକ୍ତଙ୍କ ଭିଟାମିନ୍; ପୁରୁଣା ଟ୍ରାକକୁ ଫେରୁଛି କଂଗ୍ରେସ, କମ୍ ବିଧାୟକରେ ବି କରୁଛି କମ୍ପନ...

Advertisment

କଂଗ୍ରେସର ଏପରି ରଣହୁଙ୍କାର ସହ ଶାଣିତ ଭାବେ ସ୍ୱର ମିଳାଇଛି ବିଜେଡି । ରାଜନୀତି ସମୀକ୍ଷକଙ୍କ ମତ, ବୋଧହୁଏ ଦଶନ୍ଧି ତଳର ପୁରୁଣା କଂଗ୍ରେସ ଫେରିଆସିଛି, ଲାଗୁଛି କଂଗ୍ରେସର ପୁନର୍ଜନ୍ମ ହୋଇଛି ।

Updated On

କଂଗ୍ରେସର ଏପରି ରଣହୁଙ୍କାର ସହ ଶାଣିତ ଭାବେ ସ୍ୱର ମିଳାଇଛି ବିଜେଡି । ରାଜନୀତି ସମୀକ୍ଷକଙ୍କ ମତ, ବୋଧହୁଏ ଦଶନ୍ଧି ତଳର ପୁରୁଣା କଂଗ୍ରେସ ଫେରିଆସିଛି, ଲାଗୁଛି କଂଗ୍ରେସର ପୁନର୍ଜନ୍ମ ହୋଇଛି ।

ଅଦ୍ୟତନ ହୋଇଛି
khati khabar

khati khabar Photograph: (KANAK NEWS)

କନକ ବ୍ୟୁରୋ: କଂଗ୍ରେସ କମିଙ୍ଗ୍, କଂଗ୍ରେସ ରାଇଜିଙ୍ଗ୍ , କଂଗ୍ରେସ ଗ୍ରୋଇଙ୍ଗ୍ । ଓଡ଼ିଶା ରାଜନୀତି ହେଉ ଅବା ବିଧାନସଭା ଇତିହାସ କଥା ହେଉ, ଯାହା କେବେ ଘଟିନଥିଲା ତାହା ଏବେ ଘଟୁଛି । ଗୃହରେ କଂଗ୍ରେସର ଗର୍ଜନ, ରାଜରାସ୍ତାରେ କଂଗ୍ରେସର ରଣହୁଙ୍କାର ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି କମ୍ପନ । ଶାସକ ଦଳ ଉପରେ ଭାରିପଡ଼ିଛି ‘ହାତ’ । କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲେ ବି ଅହୋରାତ୍ର ଅନଶନ ସହ ରାସ୍ତାରେ ଧାରଣା ଦେଇ ଶୋଇବା ଭଳି ଚିତ୍ର ଦେଖୁଛନ୍ତି ରାଜ୍ୟବାସୀ । କଂଗ୍ରେସର ଏପରି ରଣହୁଙ୍କାର ସହ ଶାଣିତ ଭାବେ ସ୍ୱର ମିଳାଇଛି ବିଜେଡି । ରାଜନୀତି ସମୀକ୍ଷକଙ୍କ ମତ, ବୋଧହୁଏ ଦଶନ୍ଧି ତଳର ପୁରୁଣା କଂଗ୍ରେସ ଫେରିଆସିଛି, ଲାଗୁଛି କଂଗ୍ରେସର ପୁନର୍ଜନ୍ମ ହୋଇଛି । କାରଣ ଆଜି ସେମିତି କିଛି ରାଜଧାନୀରେ ଦେଖିବାକୁ ମିଳିଛି ଯାହା ପୁରୁଣା କଂଗ୍ରେସ ଟିମରେ ଦେଖିବାକୁ ମିଳୁଥିଲା ।

୧୦ ବର୍ଷ ତଳେ ଯେତେବେଳେ ରାଜ୍ୟରେ ବିଜେଡିର ରାଜ୍ ଚାଲୁଥିଲା ସେତେବେଳେ କଂଗ୍ରେସ ବିରୋଧୀ ଦଳ ଭାବେ ରାଜରାସ୍ତାକୁ ଓହ୍ଲାଉଥିଲା । ରାଜନୀତିର କ୍ୟାପିଟାଲ କହୁଥିବା ଭୁବନେଶ୍ୱରର ରାଜରାସ୍ତାରେ ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସର ଗର୍ଜନ ଦେଖିବାକୁ ମିଳୁଥିଲା । ପ୍ରତିଦିନ କିଛି ନା କିଛି ପ୍ରସଙ୍ଗ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ଦେଖୁଥିଲେ ଓଡ଼ିଶାବାସୀ । ଅଣ୍ଡା-ଟମାଟୋ ମାଡ଼, ରାସ୍ତାରେ ରାଲି, ମାଷ୍ଟରକ୍ୟାଣ୍ଟିନ୍ ଜାମ୍ ଭଳି ଚିତ୍ର ମଧ୍ୟ କାହାକୁ ଅଛପା ନାହିଁ । ବର୍ଷ ବଦଳିବା ସହ ରାଜ୍ୟରେ ଦ୍ୱିତୀୟ ସ୍ଥାନରୁ ତୃତୀୟକୁ ଖସି ଚାଲିଲା କଂଗ୍ରେସ । ଆଉ କେଉଁଠି ନା କେଉଁଠି କଂଗ୍ରେସର ଘରୋଇ କଳି ଦଳକୁ ଦୁର୍ବଳ ମଧ୍ୟ କଲା, ଏବେ କିନ୍ତୁ ଶାସକ ଦଳ ବିରୁଦ୍ଧରେ କଂଗ୍ରେସ ବିଧାୟକମାନେ ଏକାଠି ହୋଇ ଯେଉଁ ବିରୋଧ ପ୍ରଦର୍ଶନ କରୁଛନ୍ତି ତାହା ପୁରୁଣା କଂଗ୍ରେସ କଥା ମନେପକାଇ ଦେଇଛି ।

444444444
44444 Photograph: (kanak news )

ବିଜେଡିର ରାଜ୍ୟର ଦ୍ୱିତୀୟ ଦଳ ବୋଲାଉଥିଲେ ବି ‘ହାତ’ର ମାତ୍ର ୧୪ ଜଣ ବିଧାୟକ ମୋହନ ସରକାରଙ୍କୁ ନାକରେ ପାଣି ପିଆଇ ସାରିଲେଣି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ୧୦ ବର୍ଷ ତଳର କଂଗ୍ରେସ ଟିମ୍ ପାଖରେ ଯେଉଁ ଦମ୍ ଥିଲା ସେଭଳି କିଛି ଚିତ୍ର ଗତ କିଛିଦିନରେ ରାଜଧାନୀରେ ହେଉଥିବା ରାଜନୀତିରୁ ବାରି ହୋଇପଡୁଛି । ଭକ୍ତଙ୍କ ଟିମ୍ ପୂରା ଏବେ ଆକ୍ରମଣାତ୍ମକ ଅନ୍ଦାଜରେ କହିଲେ କିଛି ଭୁଲ୍ ହେବନି । ବିଧାନସଭାକୁ ଚଳାଇଦେଉନଥିବା ଅଭିଯୋଗରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ବିଜେଡି ମଧ୍ୟ କଂଗ୍ରେସ ଆଡକୁ ଟିକେ ଢ଼ଳି ପଡ଼ିଛି । ‘ହାତ’ ସହ ହାତ ମିଳାଇ ବିଜେଡି ଏଭଳି ନିଲମ୍ବନ ନିଷ୍ପତ୍ତିକୁ ଅଶୋଭନୀୟ କହିବା ସହ ବିରୋଧୀଙ୍କ କଣ୍ଠରୋଧ ହେଉଥିବା କହିଛି ।

564433
yuuu Photograph: (kanak news )

ପାଣିପାଗ ମୁଡ୍ ବଦଳିଲା ଭଳି ରାଜ୍ୟ ରାଜନୀତିର ପାରା ଏବେ ପୂରା ଓଡ଼ିଶାକୁ ଉଷ୍ମ କରିଛି । କେତେବେଳେ ବିଧାନସଭାରେ ଡ୍ରାମା, କେତେବେଳେ ରାଜଧାନୀ ରାସ୍ତାରେ ହାଇଡ୍ରାମା ଲାଗୁଛି ଯେମିତି କଂଗ୍ରେସ କମବ୍ୟାକ୍ କରୁଛି? ଏପଟେ ସମଦୂରତାର ସ୍ଲୋଗାନ୍ ଦେଉଥିବା ବିଜେଡି ଏବେ କଂଗ୍ରେସ କାନ୍ଧରେ ବସି ଶାସକ ଦଳ ବିଜେପିକୁ ନିଶାନା କରିବାକୁ ଚାହୁଁଛି କି? ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋହନ ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ କିଛି ବଡ଼ ରଣନୀତି କରୁନାହାନ୍ତି ତ ବିରୋଧୀ? ଏସବୁର ପୂର୍ବାନୁମାନ ପଲିଟିକ୍ସର ପଣ୍ଡିତମାନେ କରୁଥିଲେ ବି କେତେବେଳେ କିଛି ବି ହୋଇପାରେ । କାରଣ ଚାଣକ୍ୟନୀତି ଅନୁସାରେ, ରାଜନୀତିରେ ସବୁ କିଛି ସମ୍ଭବ, କାଲି ଯିଏ ଶତ୍ରୁ ଥାଏ ସେ ଆଜି ମିତ୍ର ହେଇଯାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe