କନକ ବ୍ୟୁରୋ: ପୁଣି ବିଶ୍ବ ମଞ୍ଚରେ ଅପମାନିତ ହେଲା ପାକିସ୍ତାନ । ଚୀନର SCO ସମ୍ମିଳନୀରେ ଦେଖିବାକୁ ମିଳିଲା ଝଲକ । ଯେତେବେଳେ ବିଶ୍ବର ମହାଶକ୍ତି ଗୁଡ଼ିକ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ସେତେବେଳେ ପାକ୍ ପିଏମଙ୍କ ମୁହଁକୁ ବି ଚାହିଁଲେନି ପ୍ରଧାନମନ୍ତ୍ରୀ ମୋଦୀ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
VIDEO | PM Narendra Modi (@narendramodi), Chinese President Xi Jinping, and Russian President Vladimir Putin share a moment of interaction as world leaders arrive for the SCO Heads of State Council Summit.#SCOSummit2025#Modi#XiJinping#Putin#Diplomacy
— Press Trust of India (@PTI_News) September 1, 2025
(Source - Third… pic.twitter.com/2xTnZ16j1F
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ତିନି ଜଣଙ୍କୁ ଅନୌପଚାରିକ ଭାବରେ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । କାରଣ ପାକିସ୍ତାନ ମଧ୍ୟ SCOର ଏକ ଅଂଶ ହୋଇଥିବାରୁ, ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ସୋମବାର ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ପରସ୍ପର ସହିତ କଥାବାର୍ତ୍ତା କରି ଚାଲିଯାଉଥିଲେ । ସେତେବେଳେ ଶେହବାଜ ସରିଫ ହାତ ଯୋଡି ଏକ କୋଣରେ ଏକାକୀ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ନା ତାଙ୍କ ସହିତ କେହି କଥା ହେଉଥିଲେ ନା କେହି ତାଙ୍କ ପ୍ରତି ଧ୍ୟାନ ଦେଉଥିଲେ । କୋଣରେ ଚୁପଚାପ୍ ଠିଆ ହୋଇ ସେ କେବଳ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କୁ ବଲବଲ କରି ଦେଖୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା ।
ସେପଟେ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି, ସି ଜିନପିଙ୍ଗ ବିଶ୍ୱ ବ୍ୟବସ୍ଥାରେ 'ଡରାଇବା ଏବଂ ଚାପ' ଭଳି ପ୍ରବୃତ୍ତିକୁ ସମାଲୋଚନା କରିଥିଲେ । ବଡ଼କଥା ହେଲା ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୨୦ରୁ ଅଧିକ ଦେଶର ନେତା ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । ଜିନପିଙ୍ଗ ଯଥାଶୀଘ୍ର SCO ବିକାଶ ବ୍ୟାଙ୍କ ଗଠନ ଏବଂ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ନୂତନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ସଦସ୍ୟ ଦେଶ 'ବନ୍ଧୁ ଏବଂ ଅଂଶୀଦାର' । ତେଣୁ ସମସ୍ତେ ପାରସ୍ପରିକ ମତଭେଦକୁ ଭୁଲି ଏହାକୁ ସମ୍ମାନ ଦେଇ ରଣନୈତିକ ଆଲୋଚନା ବଜାୟ ରଖିବା ଉଚିତ ।