କନକ ବ୍ୟୁରୋ: ହାତୀ ପାଇଁ ହରଡ଼ ଘଣାରେ ଆମ୍ବାନୀ ପରିବାର । କୋହ୍ଲାପୁର ମଠରେ ରହୁଥିବା ୩୬ ବର୍ଷିଆ ମାଈ ହାତୀ ମାଧୁରୀକୁ ଅନନ୍ତ ଅମ୍ବାନୀଙ୍କ ‘ବନ୍ତାରା’କୁ ସ୍ଥାନାନ୍ତର କରିବା ପରେ ବିବାଦ ବଢ଼ିବାରେ ଲାଗିଛି । ଏପରିକି ମାଈ ହାତୀ ‘ମାଧୁରୀ’କୁ ଫେରାଇ ଆଣିବା ପାଇଁ ଦାବି କରି କୋହ୍ଲାପୁରବାସୀ ଅମ୍ବାନୀଙ୍କ ‘ଜିଓ’ ନେଟୱର୍କକୁ ବୟକଟ୍ କରିଛନ୍ତି । ଯେ ପର୍ଯ୍ୟନ୍ତ ‘ମାଧୁରୀ’କୁ ଫେରାଇ ନଦିଆଯାଇଛି ସେ ପର୍ଯ୍ୟନ୍ତ ଜିଓ ବ୍ୟବାହର କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।
ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ଏକ ମଠରେ ରହୁଥିବା ମାଈ ହାତୀକୁ ଲୋକମାନେ ମହାଦେବୀ ଓ ମାଧୁରୀ ନାମରେ ମଧ୍ୟ ଜାଣନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ହାତୀ ମାଧୁରୀ ମଠର ସବୁ ନିୟମ ପାଳନ କରେ । ପଶୁ ହୋଇ ମଧ୍ୟ ଜୈନ ପ୍ରଥା ଅନୁଯାୟୀ, ସେ ରାତିରେ ଖାଉ ନଥିଲେ । ଭଗବାନଙ୍କୁ ପ୍ରଣାମ କରିବା ପରେ ହିଁ ମାଈ ହାତୀର ଦିନ ଆରମ୍ଭ ହେଉଥିଲା । ସେଥିପାଇଁ ତାଙ୍କୁ ଲୋକମାନେ ମଠର ମହାଦେବୀ ବୋଲି କୁହନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୋହ୍ଲାପୁର ମଠରୁ ‘ମାଧୁରୀ’କୁ ଅନ୍ତ ଅମ୍ବାନୀଙ୍କ ‘ବନ୍ତାରା’କୁ ସ୍ଥାନାନ୍ତର ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଛନ୍ତି ।
ପ୍ରକୃତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ହାତୀଟି ଅସୁସ୍ଥ ହୋଇଯାଇଛି ଏବଂ ମଠରେ ଠିକ୍ ଭାବରେ ଯତ୍ନ ନିଆଯାଉନଥିବାରୁ ତାକୁ ବନ୍ତାରାକୁ ପଠାଯିବ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ, ମଠର ଲୋକମାନେ ‘ମାଧୁରୀ’କୁ ବିଦାୟ ଦେଇଥିଲେ । ବିଦାୟ ବେଳେ ମାଈ ହାତୀ ଆଖି ମଧ୍ୟ ଓଦା ହୋଇଯାଇଥିଲା । ବନ୍ତାରା ଦଳ ହାତୀଟିକୁ ଗୁଜରାଟ ନେଇଯିବା ପରେ କୋହ୍ଲାପୁର ଲୋକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ଏପରିକି ଭିଡିଓ କରି ସୋସିଆଲ ମିଡିଆରେ ହଙ୍ଗାମା କରିଥିବା ଭାଇରାଲ୍ ହେଉଛି ।
କିଏ କିଏ ଅନନ୍ତ ଅମ୍ବାନୀଙ୍କ ଫଟୋରେ ଚପଲର ମାଳ ପିନ୍ଧାଯାଉଛି ତ ଆଉ କିଏ ଜିଓ ମଲ୍ ଏବଂ ଜିଓର ଉତ୍ପାଦ ଗୁଡ଼ିକୁ ବୟକଟର ନାରାବାଜି କରୁଥିବା ଦେଖିବାକୁ ମିଳିଛି । କୋହ୍ଲାପୁରବାସୀଙ୍କ ଏବେ କେବଳ ଗୋଟିଏ ଜିଦ୍ ଆମ ମହାଦେବୀ ହାତୀକୁ ଫେରାଇ ଦିଅ । ସୁସ୍ଥ ହେବା ପରେ ବନ୍ତାରାରୁ ତୁରନ୍ତ ଫେରାଇବାକୁ ଅମ୍ବାନୀ ପରିବାରକୁ ଅନୁରୋଧ ମଧ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/03/30-2025-08-03-18-18-35.jpg)