Ahmedabad Crash Alarm : .ବର୍ଷେ ପୂର୍ବରୁ ଇଞ୍ଜିନିୟର କହିଥିଲେ ଦୁର୍ଘଟଣା ହେବ ବୋଲି, ଏବେ ହେଲା !

କୁହାଯାଏ ବିଶ୍ବର ସବୁଠୁ ସୁରକ୍ଷିତ ପ୍ଲେନ୍‌ ବୋଇଂ ବିମାନ । ଯାହା କେବେ ଦୁର୍ଘଟଣା ସାଧାରଣତଃ ହୁଏନାହିଁ। କିନ୍ତୁ କେଉଁ ପରିସ୍ଥିତିରେ କାଲି ଏମିତି ଦୁର୍ଘଟଣା ହେଲା ତାହାକୁ ନେଇ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହେବ

Ahmedabad Crash Alarm

Ahmedabad Crash Alarm Photograph: (kanak News)

କନକ ବ୍ୟୁରୋ: ଗୁଜରାଟ୍‌ର ପ୍ଲେନ୍‌ କ୍ରାସକୁ ନେଇ ଏବେ ପୂରା ବିଶ୍ବରେ ଚର୍ଚ୍ଚା । ଉଡ଼ାଣ ଭରିବାର ମାତ୍ର କେହି ମିନିଟ୍‌ ପରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ସୌଭାଗ୍ୟବଶତଃ ଜଣେ ବଞ୍ଚିଯାଇଛନ୍ତି । କିନ୍ତୁ ବିଶ୍ବର ଏତେ ସୁରକ୍ଷିତ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ଭିତରେ ଇଞ୍ଜିନିୟର କହିଥିଲେ, ବିମାନର ଡ୍ରିମଲାଇନର ନିର୍ମାଣରେ ତ୍ରୁଟି ରହିଛି । ଯେଉଁଥି ଲାଗି ପ୍ଲେନ୍‌ କ୍ରାସ ହୋଇଥିବା କୁହାଯାଉଛି । ହେଲେ ଇଞ୍ଜିନିୟର ସତର୍କ କରିବା ପରେ ବି କେମିତି ପ୍ଲେନ୍‌ ଉଡ଼ାଣ ଭରିଥିଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି । 

ଅହମଦାବାଦ ବିମାନ ଦୁର୍ଘଟଣା
ସତର୍କ କରାଇଥିଲେ ଇଞ୍ଜିନିୟର
କହିଥିଲେ, ଡ୍ରିମଲାଇନର ନିର୍ମାଣରେ ରହିଛି ତ୍ରୁଟି
ବୋଇଂ ୭୮୭ ଡ୍ରିମଲାଇନର ନିର୍ମାଣରେ ରହିଥିଲା ତ୍ରୁଟି
ବର୍ଷକ ପୂର୍ବରୁ ସତର୍କ କରାଇଥିଲେ ଇଞ୍ଜିନିୟର

ଗୁରୁବାର ଦ୍ବିପହରରେ ଗୁଜରାଟର ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଠିକ୍‌ ଏକ ବର୍ଷ ପୂର୍ବରୁ ଇଞ୍ଜିନିୟର ସତର୍କ କରାଇଦେଇଥିଲେ । ଆଉ କହିଥିଲେ, ବିମାନର ତିଆରି ବେଳେ ସର୍ଟକଟରେ ଗୋଟିଏ ଗୋଟିଏ ପାର୍ଟ ଯୋଡାଯାଉଛି । ଆସେମ୍ୱଲି ପାଇଁ ଏହା ବିପଦଜନକ ଅଭ୍ୟାସ ।

ସୂଚନା ଅନୁସାରେ, ୨୦୨୪ରେ ବୋଇଂ ଇଞ୍ଜିନିୟର୍ ସାମ୍ ସାଲେହପୁର ହ୍ୱିସିଲ୍ ବ୍ଲୋୟର୍ ସାଜିଥିଲେ । ବୋଇଂ ବିମାନକୁ ନେଇ ଉଠାଇଥିଲେ ଗୁରୁତର ପ୍ରଶ୍ନ । ସେହି ସମୟରେ ସେ କହିଥିଲେ ଆମେରିକାରେ ତିଆରି ହେଉଥିବା ଏହି ବିମାନକୁ ତିଆରି କଲାବେଳେ ଠିକ୍ ଭାବେ କାର୍ଯ୍ୟଶୈଳୀ ପାଳନ କରାଯାଉନାହିଁ । ଯାହା ପରବର୍ତ୍ତୀ ସମୟରେ ଦୁର୍ଘଟଣାର ଶିକାର ହେବ । ଯାହା ଗତକାଲି ପ୍ରମାଣିତ ହୋଇଛି ।

ବର୍ଷେ ପୂର୍ବରୁ ଯାହା କହିଥିଲେ
ବର୍ଷେ ପରେ ତାହା ହେଲା

କୁହାଯାଏ ବିଶ୍ବର ସବୁଠୁ ସୁରକ୍ଷିତ ପ୍ଲେନ୍‌ ବୋଇଂ ବିମାନ । ଯାହା କେବେ ଦୁର୍ଘଟଣା ସାଧାରଣତଃ ହୁଏନାହିଁ। କିନ୍ତୁ କେଉଁ ପରିସ୍ଥିତିରେ କାଲି ଏମିତି ଦୁର୍ଘଟଣା ହେଲା ତାହାକୁ ନେଇ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହେବ । ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ବୋଇଂ ବିମାନ ଉଡାଣ ଭରିବାର ମାତ୍ର ୫ ମିନିଟ୍ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଛି । DGCA ଏବେ ଏହି ବିମାନ ଦୁର୍ଘଟଣାର ତଦନ୍ତ କରୁଛି । ତେବେ ଇଞ୍ଜିନିୟରଙ୍କ କଥା କେତେ ସତ ତାହା ତ ତଦନ୍ତ ହେବା ପରେ ହିଁ ସ୍ପଷ୍ଟ ହେବ । 

ତେବେ ଜାଣନ୍ତୁ କଣ କହିଥିଲେ ଇଞ୍ଜିନିୟର

ଆଜକୁ ଠିକ୍‌ ବର୍ଷକ ତଳେ ଇଞ୍ଜିନିୟର କହିଥିଲେ, ବୋଇଂ ବିମାନର ନିର୍ମାଣ ଶୈଳୀରେ ତ୍ରୁଟି ରହିଛି । ଏହି ବିମାନ ହଜାରେ ଟ୍ରିପ କଲା ପରେ ମଝି ଆକାଶରେ ଖରାପ ହୋଇଯାଇପାରେ କିମ୍ବା ଦୁର୍ଘଟଣାର ଶିକାର ହୋଇପାରେ । କର୍ମଚାରୀମାନେ ଏହି ବିମାନର ବିଭିନ୍ନ ଅଂଶକୁ ଯୋଡିବା ବେଳେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଡେଉଁଛନ୍ତି । ବିମାନ ଉପରେ ଡେଇଁଲେ ନଟ୍ ବୋଲ୍ଟ ଫିଟିଂ ସ୍ଥାୟୀ ଭାବେ ହୋଇପାରିନଥାଏ । ବୋଇଂ କଂପାନି ପକ୍ଷରୁ କୁହାଯାଇଥିଲା ବିମାନରେ କୌଣସି ତ୍ରୁଟି ନାହିଁ ବରଂ ସୁରକ୍ଷିତ ଯାତ୍ରା କରିପାରିବେ ଯାତ୍ରୀ । 

ତେବେ ଦୁର୍ଘଟଣା କେମିତି ହେଲା, କେଉଁମାନେ ଦାୟୀ ସେନେଇ ଏବେ ତ ତଦନ୍ତ ଚାଲୁଛି । ପ୍ରକୃତରେ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ବିମାନ ତାହାର ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହୋଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe