ସୁସ୍ଥ ହୃଦୟ ପାଇଁ ଗଣଦୌଡ । ବିଶ୍ୱ ହୃଦୟ ଦିବସ ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ମାରାଥନ୍

202

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସମସ୍ତଙ୍କ ପାଇଁ ସୁସ୍ଥ ଶରୀର ଜରୁରୀ । ନିଜ ପାଇଁ ଦିନକୁ ଅତି କମରେ ଅଧ ଘଂଟା ସମୟ ବାହାର କରି ବ୍ୟାୟାମ କରିବା ଆବଶ୍ୟକ । ଯୋଗ ଏବଂ ବ୍ୟାୟାମ କରନ୍ତୁ ଏବଂ ଫିଟ ରୁହନ୍ତୁ । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀର ପାଇଁ ଉପାଦେୟ ଖାଦ୍ୟ ଯେତିକି ଜରୁରୀ ସେତିକି ଜରୁରୀ ବ୍ୟାୟାମ । ପ୍ରତି ଦିନ ବ୍ୟାୟାମ ସହ ଅଳ୍ପ ସମୟ ଦୌଡିଲେ ହୃଦୟ ସୁସ୍ଥ ରହେ । ସୁସ୍ଥ ହୃଦୟ ହିଁ ସୁସ୍ଥ ଶରୀରର ଏକମାତ୍ର ମାପକାଠି । ବିଶ୍ୱ ହୃତପିଣ୍ଡ ଦିବସ ଦିବସ ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ୫କିଲୋମିଟର ବ୍ୟାପୀ ଗଣଦୌଡ ଅନୁଷ୍ଠିତ ହେଉଛି  ।

ଏହି ଗଣଦୌଡ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲରୁ ଆରମ୍ଭ ହୋଇ ପୁଣି ସେହିଠାରେ ହିଁ ଶେଷ ହେବ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଓଲିଉଡର ଅନେକ କଳାକାର ଏଥିରେ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ରେଡିଓ ପାର୍ଟନର ରେଡିଓ ଚକଲେଟ୍ ରହିଛି । ହୃଦଘାତ ଯୋଗୁଁ ବିଶ୍ୱରେ ବର୍ଷକୁ ୧୭.୯ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଭାରତରେ ବର୍ଷକୁ ୨୫ରୁ ୩୦ ପ୍ରତିଶତ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି । ୪୦ରୁ ୫୦ ବର୍ଷ ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଦେଖିବାକୁ ମିଳୁଛି । ହୃଦଘାତ ଜନିତ ରୋଗରୁ ମୁକ୍ତି ପାଇଁ ଦିନକୁ ୩୦ ମିନିଟ୍ ବ୍ୟାୟାମ କିମ୍ବା ଯୋଗ ଜରୁରୀ ।