କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନର ଦିନ ସେତେଟା ଭଲ ଯାଇନି । ପ୍ରଥମେ ଟିମ୍ ଇଣ୍ଡିଆଠୁ ପରାଜୟ ପରେ, ଦ୍ୱିତୀୟ ମ୍ୟାଚରେ ଦୁର୍ବଳ ଜିମ୍ବାୱେ ଦଳଠାରୁ ବି ଦଳ ପରାଜୟ ଭୋଗିଛି । ଆଉ ଏଭଳି ସ୍ଥିତିରେ.. ଦଳର ଅଧିନାୟକ ବାବର ଆଜମଙ୍କ କ୍ୟାପଟେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି..ଦଳର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମରାନ୍ ଆକମଲ ।
କାମରାନ ଆକମଲ ସିଧା ସିଧା ବାବର ଆଜମଙ୍କ କ୍ୟାପଟେନ୍ସି ଉପରେ ଆଙ୍ଗୁଳି ଉଠେଇବା ସହ, ବିଶ୍ୱକପ ପରେ ସେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡି ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଏହା ବଦଳରେ ବାବର ଆଜମ୍ ନିଜ ବ୍ୟାଟିଂ ଉପରେ ଅଧିକ ଫୋକସ୍ କରନ୍ତୁ ବୋଲି କହିଛନ୍ତି ପାକିସ୍ତାନ ଟିମର ଏହି ପୂର୍ବତନ ୱିକେଟ୍ କିପର କାମରାନ୍ ଆକମଲ୍ ।
ଦିନକୁ ଦିନ ପାକିସ୍ତାନ କ୍ରିକେଟ୍ ଟିମର ପ୍ରଦର୍ଶନ ତଳକୁ ତଳକୁ ଯାଉଛି । ବିଶ୍ୱକପରେ ମଧ୍ୟ ଦଳ ସବୁଠୁ ନିମ୍ନସ୍ତରର କ୍ରିକେଟ୍ ଖେଳିଛି । ନା ଅଧିନାୟକ, ନା କୋଚ୍ କାହା ପାଖରେ ମଧ୍ୟ ଠିକ୍ ରଣନୀତି ଦେଖିବାକୁ ମିଳିନି । ହାଇଦର ଅଲ୍ଲୀଙ୍କ ବ୍ୟାଟିଂ ପୋଜିସନକୁ ନେଇ ମଧ୍ୟ ଆକମଲ୍ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଦଳର ଅଧିନାୟକ ପଦ ଛାଡି ବାବର୍ ଆଜମ୍ ଭଲ କ୍ରିକେଟ୍ ଖେଳିବା କଥା ଚିନ୍ତା କରନ୍ତୁ ବୋଲି କାମରାନ୍ ଆକମଲ କହିଛନ୍ତି ।
କାମରାନ୍ ଆକମଲଙ୍କ ପୂର୍ବରୁ ୱାକର ୟୁନିସ୍ ଆଉ ୱାସିମ୍ ଆକ୍ରମ ମଧ୍ୟ ସେହି ସମାନ କଥା ଉଠାଇଥିଲେ । ବାବରଙ୍କ ବ୍ୟାଟିଂ ଅର୍ଡର ଆଉ ତାଙ୍କ ପ୍ରଦର୍ଶନକୁ ନେଇ ଦୁହେଁ ବର୍ଷିବା ସହିତ ବାବର ଜାଣିଶୁଣି, ଓପନିଂ କରିବାକୁ ଅଡି ବସିଥିବା କଥା ଖୁଲାସା କରିଥିଲେ । ଏହି କାରଣରୁ ପାକିସ୍ତାନ ଟିମ୍ ଗତ କିଛି ବର୍ଷ ହେଲା ଦଳରେ କିଛି ନୂଆ ପ୍ରେୟୋଗ କରିପାରୁନାହିଁ, ଦଳର ପ୍ରଦର୍ଶନ ଦିନକୁ ଦିନ ତଳକୁ ଚାଲିଯାଉଛି ବୋଲି ଦୁହେଁ କହିଥିଲେ ।
ହାଇଦର ଅଲ୍ଲୀ ଲଗାତାର ମିଡିଲ୍ ଅର୍ଡରରେ ଫେଲ୍ ହେଇଚାଲିଛନ୍ତି । ହେଲେ ଏହାପରେ ବି ତାଙ୍କୁ ଓପନିଂକୁ ଆଣି ଟ୍ରାଏ କରିବାକୁ ପାକିସ୍ତାନ ଦଳ ଚିନ୍ତା ବି କରୁନି । ବାବର ଯେଉଁ ଅନ୍ଦାଜରେ ରନ୍ କରୁଛନ୍ତି, ତାହା ଦଳକୁ ମ୍ୟାଚରେ ବ୍ୟାକଫୁଟକୁ ଠେଲି ଦେଉଛନ୍ତି । ତେଣୁ ଅଧିକ ରନ୍ କରିବା ଅପେକ୍ଷା ବାବର ଦଳ ପାଇଁ ଉପଯୋଗୀ ରନ୍ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ୱାକର ୟୁନିସ୍ କହିଥିଲେ । ସେହିଭଳି ୱାସିମ୍ ଆକ୍ରମ ମଧ୍ୟ ବାବରଙ୍କ ଉପରେ ବର୍ଷିବା ସହ...ଜଣେ ଅଧିନାୟକ ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ଖେଳିଥାନ୍ତି ବୋଲି କହିଛନ୍ତି ।
ଟି-୨୦ ଫର୍ମାଟରେ ପାକିସ୍ତାନର ପ୍ରଦର୍ଶନ ବେଶ ଭଲ ରହିଥାଏ । ଦଳରେ ଗୋଟିଏ ପରେ ଗୋଟିଏ ଷ୍ଟାର ପ୍ଲେୟାର ଥିବାବେଳେ, ଅନେକ ମ୍ୟାଚରେ ସେମାନେ ଦମଦାର ପ୍ରଦର୍ଶନ ମଧ୍ୟ କରିଥାନ୍ତି । ହେଲେ ଚଳିତ ବିଶ୍ୱକପରେ ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରୁନଥିବାବେଳେ, ବୋଲିଂ ବି ସେତେଟା ଭଲ ହେଇନି । ବିଶେଷକରି ଦଳର ଷ୍ଟାର ଓପନର ବାବର ଆଉ ରିଜୱାନ୍ ଲଗାତାର ମ୍ୟାଚରେ ଫେଲ୍ ମାରିଥିବାବେଳେ, ଦଳ ବିଶ୍ୱକପ୍ ସେମିଫାଇନାଲରେ ପହଂଚିବ କି ନାହିଁ ତାକୁ ନେଇ ବି ଆଶା ଆଶଙ୍କା ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/babar-captain-getty_1663234583966_1663234589740_1663234589740.jpg)