ଚାଲ୍ ଖେଳୁଛନ୍ତି ଟ୍ରମ୍ପ: ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ପ୍ରୟାସ । ଜର୍ଜିଆରେ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ ।

257
କନକ ବ୍ୟୁରୋ: ଇଲେକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଏନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଇଲୋକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଦକ୍ଷିଣ ପ୍ରାନ୍ତ ରାଜ୍ୟ ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସହ ଏନେଇ ଟେଲିଫୋନରେ କଥାବାର୍ତା କରୁଥିବାର ଏକ ଅଡିଓ ଟେପରୁ ଜଣାପଡିଥିବା ନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ସହଯୋଗୀ ରିପବ୍ଲିକାନ ସମର୍ଥକ ବ୍ରାଡ ରାଫେନସ୍ପେର୍ଗରଙ୍କ ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାର୍ତାଳାପକୁ ଗୁପ୍ତରେ ରେକର୍ଡ କରାଯାଇଛି ବୋଲି ୱାସିଂଟନ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଥିଲା । ତାଙ୍କ ଅନୁରୋଧ ରକ୍ଷା ନକଲେ ରାଫେନସ୍ପେର୍ଗର ଓ ଜର୍ଜିଆର ଅନ୍ୟ ଜଣେ ଅଧିକାରୀ ବିପଦର ସମ୍ମୁଖିନ ହୋଇପାରନ୍ତି ବୋଲି କୁହାଯାଇଛି । ଜର୍ଜିଆର ଜନତା ରାଗିଛନ୍ତି, ସମଗ୍ର ଦେଶର ଜନତା ରାଗିଛନ୍ତି ବୋଲି ଟ୍ରମ୍ପ କହୁଥିବା ଉକ୍ତ ଟେପରେ ଶୁଣାଯାଉଛି । ଟ୍ରମ୍ପ ଆହୁରୀ ମଧ୍ୟ କହିଛନ୍ତି ଯେ, ତୁମେ ଭୋଟର ପୁନଃ ଗଣନା କରିଛ ବୋଲି କହିବାରେ କିଛି ଅସୁବିଧା ନାହିଁ । ଏବଂ ତୁମେ ହଜାର ହଜାର ଭୋଟ ଭୁଲ ଗଣତି କରିଛ । ଉତରରେ ରାଫେନସ୍ପେର୍ଗର କହୁଛନ୍ତି, ଆପଣ ଯେଉଁ ଆହ୍ୱାନ ଦେଉଛନ୍ତି, ସେଥିରୁ ଜଣାପଡୁଛି ଆପଣଙ୍କ ପାଖରେ ଥିବା ସମସ୍ତ ତଥ୍ୟ ଭୁଲ୍ ।
ଟ୍ରମ୍ପଙ୍କ ଏହି ଅଡିଓ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ । ଏହାକୁ କ୍ଷମତାର ଅପବ୍ୟବହାର ବୋଲି କହିଛନ୍ତି କମଳା । ଏହି ରିପବ୍ଲିକାନ ସମର୍ଥିତ ରାଜ୍ୟରୁ ବାଇଡେନ ୧୧ହଜାର ୭୭୯ ଭୋଟରେ ଜିତିଛନ୍ତି । ଏବଂ ପୁନଃଗଣନା ଏବଂ ଅଡିଟ କରାଯିବା ପରେ ମଧ୍ୟ ଏହି ସଂଖ୍ୟା ଅପରିବର୍ତିତ ରହିଛି । ଏଥିରେ ଟ୍ରମ୍ପଙ୍କର କୌଣସି ଅଭିଯୋଗ ଫଳପ୍ରଦ ହୋଇନାହିଁ ।