ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ ।

Advertisment
ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ ।

କନକ ବ୍ୟୁରୋ : ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ । ଭାରତୀୟ ବଂଶୋଦ୍ଭବ ହେଉଛନ୍ତି କମଲା ହାରିସ । କମଲା ହାରିସ ହେଲେ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ ।

ଏନେଇ ସଜେଇ ହୋଇଛି କ୍ୟାପିଟାଲ । ଏହାସହ ୱାସିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରୁଛନ୍ତି । ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe