ଆମେରିକା ରାଷ୍ଟ୍ରପତିଙ୍କ ଆୟ ଠାରୁ ଅଧିକ ଟଙ୍କା ଟ୍ୟାକ୍ସ ଦିଅନ୍ତି ଉପରାଷ୍ଟ୍ରପତି କମଲା ହାରିସ ।

177

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସ ନିଜର ଟ୍ୟାକ୍ସ ରିପୋର୍ଟ ସାର୍ବଜନୀନ କରିଛନ୍ତି । ତେବେ ଏଥିରୁ ଜଣାପଡିଛି ଯେ ଜୋ ବାଇଡେନ ଓ ତାଙ୍କ ପତ୍ନୀ ବର୍ଷକୁ ଯେତିକି ଟଙ୍କା ଆୟ କରନ୍ତି ତାହାଠାରୁ ଅଧିକ ଟଙ୍କା କମଳା ହାରିସ ଓ ତାଙ୍କ ସ୍ୱାମୀ ଟିକସ ଆକାରରେ ଦେଇଛନ୍ତି । ହ୍ୱାଇଟ ହାଉସରୁ ମିଳିଥିବା ତଥ୍ୟ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ୨୦୨୦ ମସିହାରେ ୬ ଲକ୍ଷ ୭ ହଜାର ୩୩୬ ଡଲାର ଆୟ କରିଥିଲେ ।

ଆଉ ଏଥିମଧ୍ୟରୁ ସେମାନେ ୧ ଲକ୍ଷ ୫୭ ହଜାର ୪୧୪ ଡଲାର ଟିକସ ହିସାବରେ ଦେଇଥିଲେ । ଅନ୍ୟପଟେ କମଳା ହାରିସ ଓ ତାଙ୍କ ସ୍ୱାମୀ ଡାଉଗ ଏମହଫ ୨୦୨୦ ମସିହାରେ ମୋଟ ୧୬ ଲକ୍ଷ ୯୫ ହଜାର ୨୨୫ ଡଲାର ଆୟ କରିଥିଲେ । ଏଥିମଧ୍ୟରୁ ସେମାନେ ୬ ଲକ୍ଷ ୨୧ ହଜାର ୮୯୩ ଡଲାର ଟ୍ୟାକ୍ସ ହିସାବରେ ଦେଇଥିଲେ ।

ଏଭଳି ଭାବରେ କମଳା ହାରିସ ଓ ତାଙ୍କ ସ୍ୱାମୀ ଡାଉଗ ଏମହଫ ଯେତିକି ଡଲାର ଟିକସ ଭାବରେ ଦେଇଥିଲେ ସେତିକି ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ବର୍ଷକୁ ଆୟ କରିନାହାନ୍ତି । ସୂଚନା ଥାଉ କି ଆମେରିକାର ଆଇନ ଅନୁଯାୟୀ ଉଭୟ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କୁ ନିଜର ଆର୍ଥିକ ସ୍ଥିତି ପ୍ରତି ବର୍ଷ ସାର୍ବଜନୀନ କରିବାକୁ ପଡିଥାଏ । ଟିକସ ବ୍ୟତିରକେ ଉଭୟ କମଳା ଓ ବାଇଡେନ ସମାଜସେବା ପାଇଁ ମଧ୍ୟ ଅର୍ଥ ଦାନ କରିଛନ୍ତି । ବାଇଡେନ ଦମ୍ପତ୍ତି ୩୦୭୦୪ ଡଲାର ସମାଜସେବା ପାଇଁ ଚ୍ୟାରିଟିକୁ ଦେଇଥିବାବେଳେ କମଳା ୨୭୦୦୬ ଡଲାର ଚ୍ୟାରିଟିକୁ ଦେଇଛନ୍ତି ।