କନକ ବ୍ୟୁରୋ : ବଢ଼ୁଛି କମଲା ହ୍ୟାରିସଙ୍କ ପାଇଁ ସମର୍ଥକଙ୍କ ସଂଖ୍ୟା । ଆମେରିକାର ଉପରାଷ୍ଟ୍ରପତି ତଥା ଡୋମୋକ୍ରାଟିକ ପାର୍ଟିର ପ୍ରମୁଖ ଚେହେରା ହ୍ୟାରିସଙ୍କ ପ୍ରତି ବଢ଼ୁଛି ସମର୍ଥନ । ଚର୍ଚ୍ଚା ହେଉଛି ଜୋ ବାଇଡେନ ପ୍ରାର୍ଥୀ ରେସରୁ ଓହରିବା ପରେ ହ୍ୟାରିସଙ୍କ ନାଁ ସବୁଠୁ ଆଗରେ ରହିଛି । ଏପରିକି ଔପଚାରିକ ଘୋଷଣା ପୂର୍ବରୁ ଦଳ ଅଂଟା ଭିଡିଲାଣି ପ୍ରଚାର ପାଇଁ । ସେପଟେ ପୂର୍ବତନ ହାଉସ ସ୍ପିକର ନାନ୍ସି ପେଲୋସି ସମର୍ଥନ ଜଣାଇବା ପରେ ହ୍ୟାରିସଙ୍କ ବଳ ବଢ଼ୁଛି ।ପୂର୍ବରୁ ଯେଉଁଠି ଡୋମୋକ୍ରାଟମାନେ ବାଇଡେନଙ୍କୁ ଚାନ୍ଦା ଦେବାକୁ ମନା କରୁଥିଲେ ଏବେ କିନ୍ତୁ ହ୍ୟାରିସରଙ୍କ ପ୍ରଚାର ପାଇଁ ଆଗେଇ ଆସିଛନ୍ତି । ସେପଟେ ଜୋ ବାଇଡେନ ମଧ୍ୟ ସମର୍ଥନ ନେଇ ଘୋଷଣା କରିସାରିଛନ୍ତି । ଯଦି ହ୍ୟାରିସ ଆମେରିକା ରାଷ୍ଟ୍ରପତି ହେ ବେ ତେବେ ସେ ପ୍ରଥମ ଭାରତୀୟ ବଂଶୋଦ୍ଭ, ଅଣଶ୍ବେତା ଓ ଏସୀୟ ଆମେରିକୀୟ ହେବେ ୧।ସେପଟେ କମଲାଙ୍କ ପରିବାର ପକ୍ଷରୁ ପୂଜା ପାଠ ଆରମ୍ଭ ହୋଇଛି । ତାମିଲନାଡୁରେ ଥିବା କମଲାଙ୍କ ମାମୁଁଘରେ ମନ୍ଦିରରେ ପୂଜାପାଠ କରାଯାଉଛି ।