କନକ ବ୍ୟୁରୋ: ନିର୍ବାଚନ ପାଇଁ ଆଉ ପାଦେ ବଢ଼ିଲେ କମଲା ହ୍ୟାରିସ । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଭବେ ହ୍ୟାରିସ ଲଢ଼ିବା ନେଇ ପ୍ରସ୍ତୁତ । ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ଡେମୋକ୍ରାଟିକ ପାର୍ଟିର ସବୁଠୁ ଚର୍ଚ୍ଚିତ ଚେହେରା କମଲା ହ୍ୟାରିସ । ଶୁକ୍ରବାର ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ସହ ପ୍ରାଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ରେସରୁ ବାଇଡେନ ଓହରି ଯିବା ପରେ ଟ୍ରମ୍ପଙ୍କୁ କିଏ ଟକ୍କର ଦେବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ଯାହାର ଅନ୍ତ ଘଟିଛି ଏବେ । ଜଣେ ଭାରତୀୟ ବଂଶୋଦ୍ଭବ ଦେବେ ଟ୍ରମ୍ପଙ୍କୁ ଟକ୍କର୍ । ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀପତ୍ରରେ ସ୍ୱାକ୍ଷର କରିଥିବା ନେଇ କମଲା ନିଜେ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ପ୍ରଥମ କୃଷ୍ଣକାୟ ମହିଳା ଓ ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ଆମେରିକାର ମୁଖ୍ୟ ପଦରେ ଲଢିବେ କମଳା । ଗତଥର ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିବା ହାରିସ୍ ଏଥର ରାଷ୍ଟ୍ରପତି ନିର୍ବାଚନ ଲଢିବେ ।

Advertisment

ଆମେରିକା ନିର୍ବାଚନରେ ରିପବ୍ଲିକାନ ଓ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ଜୋରାଦାର ଲଢେଇ ଦେଖବାକୁ ମିଳିବ । କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପ ହୋଇପାରନ୍ତି ମୁହାଁମୁହିଁ । କାହା ଉପରେ ଭରସା କରିବେ ଜନତା ? କିଏ ଜିତିବ ଲୋକଙ୍କ ଆସ୍ଥା ? ଆଗାମୀ ଡିବେଟରେ କାହାର ପଲ୍ଲା ରହିବ ଭାରି ? ତା' ଉପରେ ସମସ୍ତଙ୍କ ନଜର ।

ଆମେରିକା ନିର୍ବାଚନରେ ଗତ ମାସରେ ବାଇଡେନ ଓ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ଡିବେଟ ହୋଇଥିଲା । କିନ୍ତୁ ଏଥିରେ ବାଇଡେନଙ୍କ ଉପରେ ଭାରି ପଡିଥିଲେ ଟ୍ରମ୍ପ । ଜୁଲାଇ ୨୨ ତାରିଖରେ ଆମେରିକା ରାଷ୍ଟ୍ରପତି ରେସରୁ ଓହରିବା ନେଇ ଜୋ ବାଇଡେନ ଘୋଷଣା କରିଥିଲେ । ଏହାପରେ ଉପରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଥିଲେ ବାଇଡେନ୍ ।