କନକ ବ୍ୟୁରୋ: ବଲିଉଡରେ ଓଡ଼ିଆ ପୁଅଙ୍କ କମାଲ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ଉଞ୍ଚାଇ ଚଳଚିତ୍ରରେ ସହ କୋରିଓଗ୍ରାଫର ଭାବେ କାମ କରିବା ସହ ସ୍କ୍ରିନରେ ଡାନ୍ସିଂ ମୁଡରେ ନଜର ଆସିଛନ୍ତି । ଉଞ୍ଚାଇ ଚଳଚିତ୍ରର କେଟି କୋ ଗୀତରେ ବିଗ ବିଙ୍କ ସହ ପାଦରେ ପାଦ ମିଶାଇ ନାଚୁଛନ୍ତି ସୁନିତ୍ । ଏହା ସହ ଅନୁପମ୍ ଖେର ଓ ବୋମନ୍ ଇରାନୀ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି ।
ସୁନିତ୍ ବଲିଉଡ଼ର ନାମିଦାମି କୋରିଓଗ୍ରାଫର ରେମୋ ଡିସୁଜା, ଏହମଦ୍ ଖାନ୍ ଇମରାନ ସୟଦ୍ଦ, ଫାରାହା ଖାନ ପରି ଅନେକ କୋରିଓଗ୍ରାଫରଙ୍କ ସହ ସହ-କାରିଓଗ୍ରାଫର ଭାବେ କାମ କରିଛନ୍ତି । ବ୍ରହ୍ମପୁର ଶକ୍ତିନଗର ଅଞ୍ଚଳର ସୁନିତ୍ ଦାଶଙ୍କ ବାପା ଜଗବନ୍ଧୁ ଦାଶ ଟେଲରିଂ କାମ କରନ୍ତି । ମାଆ ଜଣେ ଗୃହିଣୀ । ପିଲାଟି ଦିନରୁ ଟିଭିରୁ ଡ୍ୟାନ୍ସ ଦେଖି ଡ୍ୟାନ୍ସ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ନବମ ଶ୍ରେଣୀରେ ପାଠପଢୁଥିବା ବେଳେ ୟୁଟ୍ରୁବ୍ ଦେଖି ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ ସୁନିତ୍ । ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଦୃଢ ଇଛାଶକ୍ତି ତାଙ୍କୁ ଏତେ ବାଟରେ ପହଞ୍ଚାଇ ପାରିଛି । ବାପା ଟେଲରିଂ କାମ କରୁଥିବା ବେଳେ ସୁନିତ୍ କଠିନ ପରିଶ୍ରମ କରି ଏତେବାଟ ପହଞ୍ଚିପାରିଛନ୍ତି । ଆଗକୁ ଆହୁରି ଅଧିକ ଫିଲ୍ମରେ କାମ କରିବା ପାଇଁ ତାଙ୍କର ଇଛା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/18-17.jpg)