କନକ ବ୍ୟୁରୋ : କଂଗ୍ରେସକୁ ଲାଗିପାରେ ବଡ ଝଟକା । ଦଳର ବରିଷ୍ଠ ନେତା କମଳନାଥ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ଛିନ୍ଦୱାଡାର ଜରୁରୀ କାର୍ଯ୍ୟକ୍ରମକୁ ବାତିଲ କରି ହଠାତ କମଲନାଥ ଦିଲ୍ଲୀରେ ପହଁଚିବା ଚର୍ଚ୍ଚାକୁ ଅଧିକ ଜୋର କରିଛି । ଅନ୍ୟପଟେ ୨ଦିନ ପୂର୍ବରୁ କମଲଙ୍କ ପୁଅ ତଥା ସାଂସଦ ନକୁଲନାଥ ସେ।।ସିଆଲ ମିଡିଆ ଆକାଉଁଟରୁ କଂଗ୍ରେସର ନାଁ ଓ ଲୋଗୋ ହଟାଇବାପରେ କମଲ ଓ ନକୁଲ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏକଥା ମଧ୍ୟ କୁହାଯାଉଛି ଫେବ୍ରୁଆରୀ ୧୯ରେ ବିଜେପିରେ ଉଭୟ ସାମିଲ ହୋଇପାରନ୍ତି । ଅନ୍ୟପଟେ ବିଜେପି ନେତା ସାଲୁଜା ନିକଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ କମଲନାଥ ଓ ନକୁଲନାଥ ଏକାଠି ଛିଡା ହୋଇଥିବା ଫଟୋକୁ ପୋଷ୍ଟ କରି ଲେଖିଥିଲେ ଜୟଶ୍ରୀରାମ । କଂଗ୍ରେସର ଜଣେ ତୁଙ୍ଗ ନେତାଭାବେ କମଲନାଥଙ୍କ ବହୁ ଦବଦବା ରହିଛି । ୧୯୮୦ରୁ ୨୦୧୪ ସାଂସଦ ରହିଥିଲେ । ୯ଥର ସାଂସଦଭାବେ ଦାୟିତ୍ୱ ତୁଳାଇସାରିଛନ୍ତି । ୨୦୧୮ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ବିଜେପିର ଚାଲରେ ତାଙ୍କ ସରକାର ଭାଙ୍ଗିଥିଲା । ସେପଟେ ନକୁଲନାଥ ୨୦୧୯ରେ ପ୍ରଥମର ଥର ପାଇଁ ସାଂସଦ ହୋଇଛନ୍ତି । ତେବେ ବିଜେପିକୁ ଯିବା ଚର୍ଚ୍ଚା ଭିତରେ ଉଭୟ କମଲନାଥ ଓ ଦିଗବିଜୟ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ବରିଷ୍ଠ ନେତା କମଲନାଥ । କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀଗସ୍ତ
/kanak/media/post_attachments/wp-content/uploads/2024/02/25-17.jpg)