ହିନ୍ଦୀ ଏବଂ ସାଉଥ୍ ଫିଲ୍ମରେ କାମ କରି ଦେଶର ଲୋକମାନଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଅଭିନେତା କମଲ ହସନ । ଅଭିନୟର ଯାଦୁରେ ସେ ନିଜର ହଜାର ହଜାର ପ୍ରଶଂସକ ବନାଇଥିବା ବେଳେ ଏବେ ତାଙ୍କୁ ଏକ ଖରାପ ଖବର ଦେବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ସେ ଅଭିନୟ ଛାଡ଼ିବାକୁ ଯାଉଥିବା ଖବର ମିଳିଛି । ଫିଲ୍ମ ‘ଇଣ୍ଡିଆନ୍-୨’ତାଙ୍କର ଶେଷ ଫିଲ୍ମ ହେବ ବୋଲି ସୂଚନା ମିଳିଛି । ତେବେ ତାଙ୍କ ଅଭିନୟ ଛାଡ଼ିବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଥିବା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, କମଲ ହସନ ମକ୍କଲ ନିଧି ମୟମ୍ ନାମକ ଏକ ରାଜନୈତିକ ଦଳ ଗଠନ କରିଛନ୍ତି । ଏହି ଦଳ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବଚନରେ ମଇଦାନକୁ ଓହ୍ଲାଇବ ବୋଲି ଜଣା ପଡ଼ିଛି । ନିର୍ବାଚନରେ ତାଙ୍କ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ ପ୍ରସ୍ତୁତି କରିବା ପାଇଁ କମଲ ହସନ କିଛି ଦିନ ପାଇଁ ଅଭିନୟ ଛାଡ଼ିବେ । ‘ଇଣ୍ଡିଆନ୍-୨’ର ସୁଟିଂ ପରେ ପରେ ସେ ନିର୍ବାଚନ କାମରେ ଲାଗିଯିବା ସହ ପରଦାଠାରୁ ନିଜକୁ ଦୂରେଇ ରଖିବେ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ଅଭିନୟ ଛାଡ଼ିବା ପରେ ମଧ୍ୟ ସେ ଜଣେ ପ୍ରଯୋଜକ ହିସାବରେ ଫିଲ୍ମ ସହ ଯୋଡ଼ି ହୋଇ ରହିବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/be71667f5ce37e74c71285f9357424a4.jpg)
/kanak/media/post_attachments/wp-content/uploads/2018/12/201812042100164993_kamal-haasan-will-quit-acting-after-indian-2-and-journal_SECVPF-300x225.jpg)