ବିବାହ ନକରି ଦୀର୍ଘ ୧୩ ବର୍ଷ ଧରି ଏକାଠି ରହୁଥିବା ସୁପର୍ଷ୍ଟାର କମଲ ହସନ୍ ଏବଂ ଅଭିନେତ୍ରୀ ଗୌତମୀ ଏବେ ଅଲଗା ହେବାକୁ ଯାଉଛନ୍ତି । ଆଜି ଏ ସଂପର୍କରେ ଗୌତମୀ ଘୋଷଣା କରିଛନ୍ତି ଏବଂ ଏହା ତାଙ୍କ ଜୀବନର ସବୁଠାରୁ କଠୋର ଓ ଦୁଃଖଦ ନିଷ୍ପତ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏହି ପଦକ୍ଷେପ ମତେ ବହୁତ ଆଗରୁ ନବାର ଥିଲା ବୋଲି ମଧ୍ୟ ସେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଗୌତମୀ ।
୪୮ ବର୍ଷୀୟା ଗୌତମୀ ତାଙ୍କ ବ୍ଲଗ୍ରେ ଲେଖିଛନ୍ତି ଯେ ଏହି ନିଷ୍ପତ୍ତି ନେବାପାଇଁ ଦୀର୍ଘ ଦିନ ଲାଗିଗଲା ଏବଂ ଏଥିପାଇଁ ଗଭୀର ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଛି ଗୌତମୀଙ୍କୁ । କମଲଙ୍କ ସହିତ ଏକାଠି ରହିବା ପୂର୍ବରୁ ଗୌତମୀ ବ୍ୟବସାୟୀ ସନ୍ଦୀପ ଭାଟିଆଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ଏକ ଝିଅ ମଧ୍ୟ ରହିଛି ।
କମଲ ହାସନ ଏହାପୂର୍ବରୁ ୨ ଥର ବିବାହ କରିଛନ୍ତି । କମଲଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ସାରିକା । ସେମାନଙ୍କର ୨ ଝିଅ ସ୍ମୃତି ଏବଂ ଅକ୍ଷରା ଅଛନ୍ତି । କମଲ ହାସନଙ୍କଠାରୁ ସେ ତାଙ୍କ ଜୀବନରେ ବହୁତ କିଛି ଶିଖିବାକୁ ପାଇଛନ୍ତି ଏବଂ ସେ ତାଙ୍କୁ ଏବେବି ସମ୍ମାନ କରନ୍ତି ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/KAMAAL-HASSAN-GAUTAMI-1.jpg)