କନକ ବ୍ୟୁରୋ : ମଦ୍ୟପ ପୁଅର ଉନ୍ମତକାଣ୍ଡ । ଘରେ ପରିବାର ଲୋକଙ୍କୁ ତାଲା ପକାଇ ନିଆଁ ଲଗାଇ ଦେଲା ମଦ୍ୟପ ପୁଅ । ଏହି ଅଭାବନୀୟ ଘଟଣା ଘଟିିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର ଥାନା ଖୋକସା ଗାଁରେ । ସୂଚନା ଅନୁସାରେ ନିଶାସକ୍ତ ସତ୍ରୁଘ୍ନ ବେହେରା, ବାପା ମାଆଙ୍କ ଝଗଡା କରିବା ପରେ ବାପା-ମାଆ ଓ ସ୍ତ୍ରୀଙ୍କୁ ଏକ କଠୋରୀରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲା । ବାପା ମାଆ ଚିତ୍କାର କରିବାରୁ ଗାଁ ଲୋକେ ସେମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ମାତ୍ର ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ କାମାକ୍ଷନଗର ପୁଲିସ ଖୋକସା ଗାଁରେ ପହଂଚି ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।
ମଦ୍ୟପ ପୁଅର ଉନ୍ମତକାଣ୍ଡ : ବାପାମାଆ ଓ ସ୍ତ୍ରୀକୁ ଘରେ ପୁରାଇ ଲଗାଇ ଦେଲା ନିଆଁ; ଚିତ୍କାର ଶୁଣି ସମସ୍ତଙ୍କୁ ଉଦ୍ଧାର କଲେ ଗ୍ରାମବାସୀ
/kanak/media/post_attachments/wp-content/uploads/2022/01/vlcsnap-2022-01-25-07h48m59s842.png)