୬ଟି ପ୍ରୋକଲିନ୍ ମେସିନକୁ ଜାଳିଦେଲେ ଦୁର୍ବୃତ୍ତ । ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନସିପ୍ ସ୍ଥଳରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

100

କନକ ବ୍ୟୁରୋ : କାମାକ୍ଷନଗର ଅଁଳାବେରେଣୀଠାରେ ଓଟିପିସିଏଲ୍ ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନ୍ସିପ୍ ଆବାସ ସ୍ଥଳରେ ବଡ଼ଧରଣର ଅଗ୍ନିକାଣ୍ଡ । ଦୁର୍ବୃତ୍ତମାନେ ଜାଳି ଦେଇଥିବା ମାଟି ଖୋଳାରେ ବ୍ୟବହାର ହେଉଥିବା ଏକ୍ଜାଭେଟର ମେସନ୍ । ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଛି । କାମରେ ଲାଗିଥିବାରେ ୧୧ଟି ମେସିନ୍ରୁ ୬ଟି ସଂପୂର୍ଣ୍ଣ ପୋଡିଯାଇଛି ।

ପ୍ରାୟ ୪ଟା କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରୁଛନ୍ତି ସେଠି କାମ କରୁଥିବା କର୍ମଚାରୀ । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ କାମାକ୍ଷନଗର ଦମକଳ ବାହିନୀ ପହଂଚି ନିଆକୁ ଆୟତ କରିଛି । ତେବେ ଦମକଳ ବାହିନୀ ପହଂଚି ନିଆକୁ ଆୟତ କରିବା ପୂର୍ବରୁ ୬ଟି ମେସିନ୍ ପୋଡ଼ି ଯାଇଛି । ଘଟଣା ସମ୍ପର୍କରେ ପଣ୍ଡୁଆ ଫାଣ୍ଡିକୁ ଅବଗତ କରାଯାଇଛି ।