ହାଇୱାକୁ ପଛପଟୁ ପିଟିଲା ହାଇୱା : ରାସ୍ତା ଉପରେ ଜଳିଗଲା ଗାଡି; ଡ୍ରାଇଭର ଜୀବନ୍ତ ଦଗ୍ଧ

192

କନକ ବ୍ୟୁରୋ : ହାଇୱାକୁ ପଛପଟୁ ପିଟିଲା ହାଇୱା । ଦୁର୍ଘଟଣା ପରେ ରାସ୍ତା ଉପରେ ଜଳିଗଲା ଗାଡି । ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାଡଖଣ୍ଡର ସୁନୀଲ ଯାଦବ । ଆଶ ଟ୍ରକ କମ୍ପାନୀର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଂଟାବଣିଆ ସ୍ଥିତ ବିଆରଜି ପ୍ଲାଂଟରୁ ପାଉଁଶ ବୋଝେଇ କରି କାମାକ୍ଷାନଗରରେ ଜାତୀୟ ରାଜପଥ ସଂପ୍ରସାରଣ କାମକୁ ଆସୁଥିଲା । କାମାକ୍ଷାନଗର ଜଡାପାଳ ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଗାଡିଟି ଜଳିଯାଇଛି । ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।