କିଏ ହେବ କାମାକ୍ଷାନଗର କିଙ୍ଗ୍ ? ମତ ଦେଉଛନ୍ତି ମତଦାତା, କାହାକୁ ବାଛିବେ ନିଜ ନେତା ?

80

କନକ ବ୍ୟୁରୋ: ୨୦୧୯ ମହାଯୁଦ୍ଧ ପାଇଁ ଚାଲିଛି ବଡ଼ ଲଢ଼େଇ । ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ନେତା ବାଛୁଛନ୍ତି ଜନତା । ରାଜ୍ୟର ୬ ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରରେ ଲଢ଼େଇ ଜୋରଦାର ଚାଲିଛି । ତେବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା କାମାକ୍ଷାନଗର ନିର୍ବାର୍ଚନ ମଣ୍ଡଳୀ ପାଇଁ ନିଜ ନେତା ବାଛୁଛନ୍ତି ଜନତା । ତେବେ କ’ଣ କହୁଛି କାମାକ୍ଷାନଗର ରାଜନୈତି ଇତିହାସ ପଢ଼ନ୍ତୁ ।

୨୦୧୯ର ଲଢେଇ
ବିଜେଡି: ପ୍ରଫୁଲ୍ଲ ମଲ୍ଲିକ
କଂଗ୍ରେସ: ଭବାନୀ ଶଙ୍କର ମହାପାତ୍ର
ବିଜେପି: ଶତ୍ରୁଘ୍ନ ଜେନା

୨୦୧୯-ବିଜେଡି: ପ୍ରଫୁଲ୍ଲ ମଲ୍ଲିକ
– ୩ଥର ବିଧାୟକ
– ମନ୍ତ୍ରୀ ( ଖଣି, ଇସ୍ପାତ, ଶକ୍ତି, ପୂର୍ତ )
– ବରିଷ୍ଠ ନେତା, ଲୋକପ୍ରିୟତା ରହିଛି

୨୦୧୯-କଂଗ୍ରେସ: ଭବାନୀ ଶଙ୍କର ମହାପାତ୍ର
– ୨୦୧୪ରେ ପରାଜିତ
– ଯୁବ ନେତା, ଦକ୍ଷ ସଂଗଠକ
– ବାପା-ମାଆ ପୂର୍ବତନ ବିଧାୟକ

୨୦୧୯-ବିଜେପି: ଶତ୍ରୁଘ୍ନ ଜେନା
– ୩ଥର ଭୂବନ ବ୍ଳକ୍ ଅଧ୍ୟକ୍ଷ
– ପୂର୍ବତନ ସମିତିସଭ୍ୟ
– କଂଗ୍ରେସରୁ ବିଜେପିରେ ସାମିଲ
– ପୂର୍ବରୁ ୨ଥର ପରାଜିତ (ଥରେ ସ୍ୱାଧୀନ, ଥରେ କଂଗ୍ରେସ( ୨୦୦୯))

ମୈଦାନରେ ମହିଳା ପ୍ରାର୍ଥୀ
– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– କାମାକ୍ଷାନଗରର ୧୫ଟି ପଂଚାୟତ, ଭୁବନ ବ୍ଳକ୍ ଏବଂ ଢେଙ୍କାନାଳ ବ୍ଳକ୍ର ୭ଟି ପଂଚାୟତକୁ ନେଇ କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଗଠିତ

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ତିନି ଥରର ବିଧାୟକ ଏବଂ ମନ୍ତ୍ରୀ

– ୨୦୧୪ରେ ହାରିଯାଇଥିବା ଭବାନୀ ଶଙ୍କର ମହାପାତ୍ରଙ୍କୁ ପୁଣି ପ୍ରାର୍ଥୀ କରିଛି କଂଗ୍ରେସ

– ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା, ପୂର୍ବରୁ କଂଗ୍ରେସ ଏବଂ ସ୍ୱାଧୀନ ଭାବେ ୨ଥର ଲଢି ପରାଜିତ ହୋଇଛନ୍ତି

କାମାକ୍ଷାନଗର ବିଧାନସଭା ଆସନ
– ୧୯୬୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– ବିଜେଡିର ଦବଦବା ରହିଛି
– ପ୍ରଫୁଲ୍ଲ ମଲ୍ଲିକ ଲଗାତର ୩ଥର ବିଧାୟକ
– କଂଗ୍ରେସରୁ କୈଳାସ ଚନ୍ଦ୍ର ମହାପାତ୍ର ୨ଥର ବିଧାୟକ
– ୧୯୮୫ରେ ବିଜେପିରୁ ପ୍ରସନ୍ନ ପଟ୍ଟନାୟକ ବିଧାୟକ ( ଓଡିଶାରେ ପ୍ରଥମ )

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୬୪୨
– ମତ ଦେଇଥିଲେ – ୧ ଲକ୍ଷ ୪୭ ହଜାର ୧୯୮
– ଭୋଟଦାନ ହାର – ୭୬.୦୨%

୨୦୧୪ର ଫଳାଫଳ
ପ୍ରାର୍ଥୀ                         ଦଳ       ଭୋଟ          ପ୍ରତିଶତ         ଫଳାଫଳ
ପ୍ରଫୁଲ କୁମାର ମଲ୍ଲିକ       ବିଜେଡି    ୬୪,୧୬୩   ୪୩.୫୯%     ବିଜୟୀ
ଭବାନୀ ଶଙ୍କର ମହାପାତ୍ର   କଂଗ୍ରେସ   ୪୭,୨୮୨   ୩୨.୧୨%     ପରାସ୍ତ
ପ୍ରସନ୍ନ ପଟ୍ଟନାୟକ            ବିଜେପି    ୨୫,୯୨୭   ୧୭.୬୧%     ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର ପ୍ରଫୁଲ କୁମାର ମଲ୍ଲିକ ନିର୍ବାଚନ ଜିତିଥିଲେ
– ୬୪ ହଜାର ୧୬୩ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ରଙ୍କୁ ପରାସ୍ତ କରିଥିଲେ
– ୧୬ ହଜାର ୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ