କନକ ବ୍ୟୁରୋ: ୨୦୧୯ ମହାଯୁଦ୍ଧ ପାଇଁ ଚାଲିଛି ବଡ଼ ଲଢ଼େଇ । ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ନେତା ବାଛୁଛନ୍ତି ଜନତା । ରାଜ୍ୟର ୬ ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରରେ ଲଢ଼େଇ ଜୋରଦାର ଚାଲିଛି । ତେବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା କାମାକ୍ଷାନଗର ନିର୍ବାର୍ଚନ ମଣ୍ଡଳୀ ପାଇଁ ନିଜ ନେତା ବାଛୁଛନ୍ତି ଜନତା । ତେବେ କ’ଣ କହୁଛି କାମାକ୍ଷାନଗର ରାଜନୈତି ଇତିହାସ ପଢ଼ନ୍ତୁ ।
୨୦୧୯ର ଲଢେଇ
ବିଜେଡି: ପ୍ରଫୁଲ୍ଲ ମଲ୍ଲିକ
କଂଗ୍ରେସ: ଭବାନୀ ଶଙ୍କର ମହାପାତ୍ର
ବିଜେପି: ଶତ୍ରୁଘ୍ନ ଜେନା
୨୦୧୯-ବିଜେଡି: ପ୍ରଫୁଲ୍ଲ ମଲ୍ଲିକ
- ୩ଥର ବିଧାୟକ
- ମନ୍ତ୍ରୀ ( ଖଣି, ଇସ୍ପାତ, ଶକ୍ତି, ପୂର୍ତ )
- ବରିଷ୍ଠ ନେତା, ଲୋକପ୍ରିୟତା ରହିଛି
୨୦୧୯-କଂଗ୍ରେସ: ଭବାନୀ ଶଙ୍କର ମହାପାତ୍ର
- ୨୦୧୪ରେ ପରାଜିତ
- ଯୁବ ନେତା, ଦକ୍ଷ ସଂଗଠକ
- ବାପା-ମାଆ ପୂର୍ବତନ ବିଧାୟକ
୨୦୧୯-ବିଜେପି: ଶତ୍ରୁଘ୍ନ ଜେନା
- ୩ଥର ଭୂବନ ବ୍ଳକ୍ ଅଧ୍ୟକ୍ଷ
- ପୂର୍ବତନ ସମିତିସଭ୍ୟ
- କଂଗ୍ରେସରୁ ବିଜେପିରେ ସାମିଲ
- ପୂର୍ବରୁ ୨ଥର ପରାଜିତ (ଥରେ ସ୍ୱାଧୀନ, ଥରେ କଂଗ୍ରେସ( ୨୦୦୯))
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- କାମାକ୍ଷାନଗରର ୧୫ଟି ପଂଚାୟତ, ଭୁବନ ବ୍ଳକ୍ ଏବଂ ଢେଙ୍କାନାଳ ବ୍ଳକ୍ର ୭ଟି ପଂଚାୟତକୁ ନେଇ କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଗଠିତ
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ତିନି ଥରର ବିଧାୟକ ଏବଂ ମନ୍ତ୍ରୀ
- ୨୦୧୪ରେ ହାରିଯାଇଥିବା ଭବାନୀ ଶଙ୍କର ମହାପାତ୍ରଙ୍କୁ ପୁଣି ପ୍ରାର୍ଥୀ କରିଛି କଂଗ୍ରେସ
- ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା, ପୂର୍ବରୁ କଂଗ୍ରେସ ଏବଂ ସ୍ୱାଧୀନ ଭାବେ ୨ଥର ଲଢି ପରାଜିତ ହୋଇଛନ୍ତି
କାମାକ୍ଷାନଗର ବିଧାନସଭା ଆସନ
- ୧୯୬୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ବିଜେଡିର ଦବଦବା ରହିଛି
- ପ୍ରଫୁଲ୍ଲ ମଲ୍ଲିକ ଲଗାତର ୩ଥର ବିଧାୟକ
- କଂଗ୍ରେସରୁ କୈଳାସ ଚନ୍ଦ୍ର ମହାପାତ୍ର ୨ଥର ବିଧାୟକ
- ୧୯୮୫ରେ ବିଜେପିରୁ ପ୍ରସନ୍ନ ପଟ୍ଟନାୟକ ବିଧାୟକ ( ଓଡିଶାରେ ପ୍ରଥମ )
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୬୪୨
- ମତ ଦେଇଥିଲେ – ୧ ଲକ୍ଷ ୪୭ ହଜାର ୧୯୮
- ଭୋଟଦାନ ହାର – ୭୬.୦୨%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଫୁଲ କୁମାର ମଲ୍ଲିକ ବିଜେଡି ୬୪,୧୬୩ ୪୩.୫୯% ବିଜୟୀ
ଭବାନୀ ଶଙ୍କର ମହାପାତ୍ର କଂଗ୍ରେସ ୪୭,୨୮୨ ୩୨.୧୨% ପରାସ୍ତ
ପ୍ରସନ୍ନ ପଟ୍ଟନାୟକ ବିଜେପି ୨୫,୯୨୭ ୧୭.୬୧% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ପ୍ରଫୁଲ କୁମାର ମଲ୍ଲିକ ନିର୍ବାଚନ ଜିତିଥିଲେ
- ୬୪ ହଜାର ୧୬୩ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ରଙ୍କୁ ପରାସ୍ତ କରିଥିଲେ
- ୧୬ ହଜାର ୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ