ପ୍ରାର୍ଥୀ ଘୋଷଣା ହେଇନି, ହେଲେ ଆଶାୟୀ କଲେଣି ଶକ୍ତି ପ୍ରଦର୍ଶନ । ଖୋର୍ଦ୍ଧାରେ କାଳୁ ଖଣ୍ଡାୟତରାୟଙ୍କ ବିଶାଳ ଶୋଭାଯାତ୍ରା ।

284

କନକ ବ୍ୟୁରୋ: ଖୋର୍ଦ୍ଧା ବିଧାନସଭା ଆସନ ନେଇ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ଦଳର ଆଶାୟୀ ପ୍ରାର୍ଥୀ ନିଜ ଅଞ୍ଚଳରେ ଶକ୍ତି ପ୍ରଦର୍ଶନ କଲେଣି । ବିଧାୟକ ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରା କରିଛନ୍ତି । ସ୍ଥାନୀୟ ମୁକୁନ୍ଦପ୍ରସାଦରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି । ନେତା ଓ କର୍ମୀ ଜନସଂପର୍କ ପଦଯାତ୍ରା କରିଛନ୍ତି । ତେବେ ବିଜେପି କାଳୁଙ୍କୁ ଟିକେଟ୍ ଦେଲେ ଖୋର୍ଦ୍ଧାରେ ବିଜେପି ବହୁମତ ପାଇବା ସହ ବାଜିମାତ୍ କରିବ ବୋଲି ଦାବି କରିଛନ୍ତି ସମର୍ଥକ । ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢିବା ନେଇ ଜିଲ୍ଲା ସଭାପତିଙ୍କ ସମେତ ୩ ଜଣ ଆଶାୟୀ ରହିଛନ୍ତି । ଖୋର୍ଦ୍ଧାରେ ଶକ୍ତି ପ୍ରଦର୍ଶନ କରିଥିବା କାଳୁ ଖଣ୍ଡାୟତ ୨୦୧୯ରେ ନିର୍ବାଚନ ଲଢିଥିଲେ । କିଛି ଦିନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଏଥର ନିର୍ବାଚନ ଲଢିବା ନେଇ ଟିକେଟ୍ ଦାବି କରିଥିଲେ । କାଳୁଙ୍କ ସମର୍ଥକ ବିଜେପି କାର୍ଯ୍ୟାଳୟରେ ହଙ୍ଗାମା କରିଥିଲେ ।