ବିଜେପି ଛାଡିବା ପରେ ଅପରାଜିତାଙ୍କ ଉପରେ ବର୍ଷିଲେ କାଳୁ ଖଣ୍ଡାୟତରାୟ, କାନ୍ଦି କାନ୍ଦି କହିଲେ ଭିକ୍ଷାକାନି ଦେଖାଇ ଅପରାଜିତାଙ୍କୁ ଖୋର୍ଦ୍ଧାରୁ ବିଦାୟ ଦେବି ।

ବିଜେପି ଛାଡିବା ପରେ ଅପରାଜିତାଙ୍କ ଉପରେ ବର୍ଷିଲେ କାଳୁ ଖଣ୍ଡାୟତରାୟ, କାନ୍ଦି କାନ୍ଦି କହିଲେ ଭିକ୍ଷାକାନି ଦେଖାଇ ଅପରାଜିତାଙ୍କୁ ଖୋର୍ଦ୍ଧାରୁ ବିଦାୟ ଦେବି ।
କନକ ବ୍ୟୁରୋ : ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ । ସ୍ୱାଧୀନ ଭାବରେ ଲଢିବାକୁ କଲେ ଘୋଷଣା । ଖୋର୍ଦ୍ଧାରୁ ଟିକେଟ ନପାଇ ଅସନ୍ତୁଷ୍ଟ ଥିଲେ କାଳୁ ଖଣ୍ଡାୟତରାୟ । ଏପରିକି ଭୁବନେଶ୍ୱର ସାଂସଦ ୨ କୋଟି ଟଙ୍କା ନେଇ ପ୍ରଶାନ୍ତଙ୍କୁ ଟିକେଟ ଦେଇଥିବା ଅଭିଯୋଗ ଆଣିଥିଲେ କାଳୁ । ଟିକେଟ ନ ମିଳିବାରୁ ମଳିପଡାରେ ସମାବେଶ କରି ଅପରାଜିତାଙ୍କ ଉପରେ ବର୍ଷିଥିଲେ କାଳୁ । ପରେ ରାଜ୍ୟ ସଭାପତି ମନମୋହନ ସାମଲ କାଳୁଙ୍କ ସହ ଆଲୋଚନା କରି ୪୮ ଘଣ୍ଟା ସମୟ ଦେବାକୁ କହିଥିଲେ । କିନ୍ତୁ ୪୮ ଘଣ୍ଟା ପୂର୍ବରୁ ହିଁ କାଳୁ ଖଣ୍ଡାୟତରାୟ ବିଜେପି ଛାଡି ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି ।
ବିଜେପିରୁ ଇସ୍ତଫା ଦେବା ସହ ସାମ୍ବାଦିକ ସମ୍ମିଳନୀ କରି ଅପରାଜିତାଙ୍କ ଉପରେ ବର୍ଷିଛନ୍ତି କାଳୁ ଖଣ୍ଡାୟତରାୟ । ଭାବବିହ୍ୱଳ ହୋଇ ଗଣମାଧ୍ୟମକୁ କାଳୁ କହିଛନ୍ତି, ମୋ ସହ ଷଡଯନ୍ତ୍ର କରାଯାଇଛି। ୧୦ ବର୍ଷ ଦଳ ପାଇଁ ସମୟ ଦେଇଥିବା ବେଳେ ୧୦ଦିନ ତଳେ ଯୋଗଦେଇଥିବା ଜଣେ ଦାଗୀ, ଅପରାଧିଙ୍କୁ ଟିକେଟ ଦେଇଛନ୍ତି ଅପରାଜିତା। ରାଜ୍ୟ ସଭାପତି ୪୮ ଘଣ୍ଟା ସମୟ ମାଗି ମୋ ସହ ଖେଳୁଛନ୍ତି। ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ମୁଁ ସ୍ବାଧିନ ଭାବେ ଲଢିବି। କାନି ପାତି ଘରକୁ ଘର ବୁଲି ଅପରାଜିତାଙ୍କୁ ହରାଇବା ପାଇଁ ପ୍ରଚାର କରିବି, ଏପରିକି ତାଙ୍କୁ ତାଙ୍କୁ ବିହାର ପଠାଇଦେବି ବୋଲି କହିଛନ୍ତି କାଳୁ ।
ମୁଁ ପାଇକ ପୁଅ ଖୋର୍ଦ୍ଧା ମାଟିର ବିକାଶ ପାଇଁ ଲଢେଇ କରିବି। ଜନମତ ମୋ ସାଥିରେ ଅଛି, ମୁଁ ନିଶ୍ଚିତ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବି ବୋଲି କହାଛନ୍ତି। ଏକାକୀ ଲଢିବି, ସମୟ କହିବ, ଜନତା କାହା ସାଥିରେ ଅଛନ୍ତି। କୌଣସି ଅପରାଧିଙ୍କୁ ଲୋକେ ଭୋଟଦେବେ ନାହିଁ। ମୁଁ ମୋ ସ୍ୱାଭିମାନ ସହ ଲଢି ବିଜୟୀ ହେବି ବୋଲି ଦୃଢୋକ୍ତି ଦେଖାଇଛନ୍ତି କାଳୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe