କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଭେଟିଛନ୍ତି ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ । କଳ୍ପନା ସୋରେନ ସୁନୀତାଙ୍କ ବାସଭବନରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା ।
ଲୋକସଭା ନିର୍ବାଚନ ପୂର୍ବରୁ ଏଭଳି ଭେଟକୁ ନେଇ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ରାଜନୈତିକ ବିଶ୍ଲେଷକମାନେ ଅନେକ କଳ୍ପନା କରିଛନ୍ତି । ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ କ୍ରମରେ ଝାଡଖଣ୍ଡରେ ଜେଏମଏମ ଓ ଆମ୍ ଆଦମୀ ପାର୍ଟି ମେଣ୍ଟରେ ନିର୍ବାଚନ ଲଢୁଛନ୍ତି ।
ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଏବେ ଜେଲରେ ଥିବା ବେଳେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜେଲରେ ଅଛନ୍ତି । ଆଜି ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସୌରଭ ଭରଦ୍ୱାଜଙ୍କ ସହ କଳ୍ପନା ସୋରେନ ସୁନୀତା କେଜ୍ରିୱାଲଙ୍କ ବାସଭବନରେ ପହଂଚିଥିଲେ ।
#WATCH | Kalpana Soren, the wife of Jharkhand Mukti Morcha (JMM) leader and former CM Hemant Soren meets Sunita Kejriwal, wife of Delhi CM Arvind Kejriwal. pic.twitter.com/SVLAkLCpbW
— ANI (@ANI) March 30, 2024
ସୂଚନା ଥାଉକି କଥିତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି । ସେହିଭଳି ଜମି ଦୁର୍ନୀତି ମାମଲାରେ ଜାନୁଆରୀ ୩୧ ତାରିଖରେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଇଡି ଗିରଫ କରି ଜେଲରେ ରଖିଛି । ଉଭୟଙ୍କ ଗିରଫ ପରେ ଝାଡଖଣ୍ଡ ଓ ଦିଲ୍ଲୀରେ ରାଜନୀତି ସରଗରମ ହୋଇଛି । ଏହାକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ନେତାମାନେ ଆସନ୍ତା କାଲି ରାମଲୀଳା ମୈଦାନରେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/12-29.jpg)