ଇଡି ଜାଲରେ ଛନ୍ଦି ହେବା ପରେ ହେମନ୍ତ ସୋରେନ୍ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ପତ୍ନୀ କଳ୍ପନା ସୋରେନଙ୍କୁ ମିଳିପାରେ ଦାୟିତ୍ୱ ।

1,285

କନକ ବ୍ୟୁରୋ: ଇଡି ଜାଲରେ ଛନ୍ଦି ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ଏହା ପରେ କିଏ ହେବେ ପରବର୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି । ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ ।

୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନ୍ଙ୍କ ବିବାହ କରିଛନ୍ତି । ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ତାଙ୍କ ବାପା-ମାଆ ରାଜନୈତିକ ପରିବାରର ନୁହନ୍ତି । ହେଲେ ହେମନ୍ତ ସୋରେନ୍ଙ୍କୁ ବିବାହ କରିବା ପରଠାରୁ ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି । ସ୍ୱାମୀ ହେମନ୍ତ ସୋରେନଙ୍କର ରାଜନୀତିରେ ଲମ୍ବା ଅନୁଭବ ରହିଛି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଧୁରୀଣ ଖେଳାଳି । ଏସବୁ ଦିଗ କଳ୍ପନାଙ୍କ ସପକ୍ଷରେ ଯାଉଛି । କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ । ବିହାରରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ପତ୍ନୀ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପ୍ରକୃତ କ୍ଷମତା ଉପଭୋଗ କରୁଥିଲେ ଲାଲୁ ପ୍ରସାଦ ଯାଦବ ।

ଓଡ଼ିଆ ଝିଅ ହେବେ ମୁଖ୍ୟମନ୍ତ୍ରୀ!
– କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ସମ୍ଭାବନା ଅଧିକ
– ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍
– ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନ୍ଙ୍କ ବିବାହ କରିଛନ୍ତି
– ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି କଳ୍ପନା ସୋରେନ୍
– ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି
– ସ୍ୱାମୀ ହେମନ୍ତ ସୋରେନ୍ଙ୍କ ରାଜନୀତିରେ ଲମ୍ବା ଅନୁଭବ ରହିଛି
– ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ