ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର : ଶେର୍ପା ଦଳ ଠାବ କରିବା ପରେ କ୍ୟାମ୍ପ ୪ରେ ରଖାଯାଇଛି ପାର୍ଥିବ ଶରୀର

Advertisment
ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର : ଶେର୍ପା ଦଳ ଠାବ କରିବା ପରେ କ୍ୟାମ୍ପ ୪ରେ ରଖାଯାଇଛି ପାର୍ଥିବ ଶରୀର

କନକ ବ୍ୟୁରୋ : ଓଡିଆ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର ଏଭରେଷ୍ଟରୁ ସଫଳତାର ସହ ଉଦ୍ଧାର କରାଯାଇଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । କଳ୍ପନାଙ୍କ ମରଶରୀର ଓଡିଶା ପଂହଚିବାକୁ ଲାଗିପାରେ ଆଉ ୨ରୁ ୩ ଦିନ ସମୟ । କଳ୍ପନାଙ୍କ ମରଶରୀରକୁ ନେପାଳି ଶେର୍ପା ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ବେସ କ୍ୟାମ୍ପ-୪କୁ ଅଣାଯାଇଛି । ବେସକ୍ୟାମ୍ପରେ ଆଜି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ମରଶରୀରକୁ କାଠମାଣ୍ଡୁ ନିଆଯିବ । ସେଠାରେ ଥିବା ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଭୁବନେଶ୍ୱର ଅଣାଯିବ । କଳ୍ପନାଙ୍କ ମୃତଦେହକୁ ଆଣିବାକୁ ଓଡିଶାରୁ ୩ ଜଣିଆ ଟିମ କାଠମାଣ୍ଡୁ ଯାଇଛନ୍ତି । ଏହି ଟିମରେ ଅଛନ୍ତି ପର୍ବତାରୋହୀ ଗଣେଶ ଜେନା ଓ କଳ୍ପନାଙ୍କ ପରିବାର ସଦସ୍ୟ । ହିମାଳୟରେ ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ ଗତ ୨୩ ତାରିଖରେ କଳ୍ପନା ଦାସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

publive-image

ମରଶରୀର ଏଭେରେଷ୍ଟର ପାଖାପାଖି ୮,୬୦୦ ମିଟର ଉଚ୍ଚତାରେ ରହିଥିଲା। ତାଙ୍କୁ ଠାବ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ରାଜ୍ୟ ସରକାର କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ଲେଖିଥିଲେ। ଯେଉଁ ସଂସ୍ଥା (ସେଫର୍ଡ) କଳ୍ପନାଙ୍କ ଏଭେରେଷ୍ଟ୍ ଆରୋହଣ ଦାୟିତ୍ବ ନେଇଥିଲା ତାକୁ ହିଁ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର ଦାୟିତ୍ବ ଦିଆଯାଇଛି। ସଂସ୍ଥା ପକ୍ଷରୁ ଏକ ୧୦ ଜଣିଆ ସେର୍ପା ଦଳ ଶରୀର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୨୦୦୪ ଏବଂ ୨୦୦୬ରେ ବିଫଳ ହେବାପରେ ୨୦୦୮ରେ ନିଜ ତୃତୀୟ ପ୍ରୟାସରେ ଏଭେରେଷ୍ଟ ଆରୋହଣ କରି ନୂଆ ଇତିହାସ ରଚିଥିଲେ କଳ୍ପନା। କିନ୍ତୁ ପ୍ରଥମ ଭାରତୀୟ ମହିଳା ଭାବେ ଶାଢ଼ୀ ପରିଧାନ କରି ବିରଳ କୀର୍ତ୍ତିମାନ କରିବାର କିଛି ଘଣ୍ଟା ପରେ ଗତ ଗୁରୁବାର ଏଭେରେଷ୍ଟର ବାଲକୋନି ଅଞ୍ଚଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବୟସ ୫୩ ଏବଂ ଅସୁସ୍ଥତା ସତ୍ୱେ କଳ୍ପନା ନିଜ ଦୃଢ଼ମନା ଚରିତ୍ର ପାଇଁ ଦ୍ବିତୀୟ ଥର ଏଭେରେଷ୍ଟ ଆରୋହଣ କରିବାର ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରି ସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe